ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାନ୍ୟା ରାଓଙ୍କ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

0

ଦୁବାଇ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଆର୍ଥିକ ଅପରାଧ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

୩ ମାର୍ଚ୍ଚ, ୨୦୨୫ରେ, ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ରୁ ୧୪ କିଲୋ ସୁନା କାରବାର ସହିତ ଗିରଫ କରାଯାଇଥିଲା। ଏହି ସୁନାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ବୋଲି କୁହାଯାଇଥିଲା। ତାଙ୍କ ସହିତ ଅନ୍ୟ ଜଣେ ଅଭିଯୁକ୍ତ ତରୁଣ କୋଣ୍ଡୁରୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ବୁଧବାର ଦିନ ହୋଇଥିବା କୋର୍ଟ ଶୁଣାଣିରେ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ରାନ୍ୟା ରାଓଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଡିଆରଆଇ ଯୁକ୍ତି ଦେଇଥିଲା ଯେ ରାନ୍ୟା ରାଓ ଏକ ବୃହତ ସୁନା ଚୋରା ଚାଲାଣ ନେଟୱାର୍କର ଅଂଶ ଥିଲେ। ଜାମିନ ପ୍ରଦାନ କରିବା ଦ୍ୱାରା ତଦନ୍ତରେ ବାଧା ସୃଷ୍ଟି ହୋଇପାରେ। ସେ ପ୍ରମାଣ ସହିତ ହେରଫେର କରିପାରନ୍ତି କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି।

Leave A Reply

Your email address will not be published.