ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଆସନ୍ତା ୧୯ରେ ପୃଥିବୀ ଫେରିପାରନ୍ତି ସୁନୀତା ଓ ୱିଲମୋର

0

ଆମେରିକା: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଲା କ୍ରିଉ-୧୦ ମିଶନର ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟ। ଆଉ ମାତ୍ର ଦିନ କେଇଟା। ଦୀର୍ଘ ୯ ମାସର ଅବଧି ପରେ ଶେଷରେ ପୃଥିବୀ ଫେରିବେ ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ବହୁ ବାଧାବିଘ୍ନ ପରେ ପ୍ରାୟ ନଅ ମାସ ମହାକାଶରେ ରହିବା ପରେ ଶେଷରେ ପୃଥିବୀକୁ ଫେରିବେ। ତାଙ୍କ ବଦଳକାରୀ ଆଇଏସଏସ ଟିମ୍ କ୍ରିଉ-୧୦, ରବିବାର, ମାର୍ଚ୍ଚ ୧୬ ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପ୍ରବେଶ କରିସାରିଛନ୍ତି।ଏହା ସହ ସେଠାରେ ପହଞ୍ଚିଛନ୍ତି ଅନ୍ୟ ୪ ଜଣ ମହାକାଶଚାରୀ। ସେମାନେ ହେଲେ ଆନ୍ନେ ମ୍ୟାକଲେନ, ନିକୋଲ ଆୟର୍ସ, ତାକୁୟା ଓନିଶି ଓ କିରିଲ ପେସକୋଭ।
କ୍ରିଉ-୧୦ ଏବଂ କ୍ରିଉ-୯ ମଧ୍ୟରେ ଦୁଇ ଦିନିଆ ହସ୍ତାନ୍ତର ଅବଧି ପରେ, ପରବର୍ତ୍ତୀ ମାର୍ଚ୍ଚ ୧୯ ତାରିଖରେ ସୁନୀତା ପୃଥିବୀକୁ ଫେରିବା ନେଇ ଆଶା କରାଯାଉଛି। ଷ୍ଟାରଲାଇନର୍ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର କ୍ରୁ-୯ର ଅଂଶ।
ସ୍ପେସଏକ୍ସର ଫାଲକନ୍ ୯ ରକେଟ୍ ରେ ଥିବା ଏକ ବଦଳକାରୀ କ୍ରୁ ୧୦, ମାର୍ଚ୍ଚ ୧୪ ତାରିଖରେ ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସନ୍ଧ୍ୟା ୭:୦୩ ରେ ଉଡ଼ାଣ ଭରିଥିଲା। ଯାହା ରବିବାର, ମାର୍ଚ୍ଚ ୧୫ ସକାଳ ୯ଟା ସମୟରେ ଆଇଏସଏସରେ ପହଞ୍ଚିସାରିଛନ୍ତି। ଏହା ପରେ ସୁନୀତା ଏବଂ ତାଙ୍କ ସେଥି ସେମାନଙ୍କୁ ଏକ ଗ୍ରାଣ୍ଡ ୱେଲକମ୍ ଦେଇଥିଲେ।

ନାସା କହିଛି ଯେ, ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୧୯ ମାର୍ଚ୍ଚରେ ନାସା ମହାକାଶଚାରୀ ନିକ୍ ହେଗ୍ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭଙ୍କ ସହିତ ପ୍ରସ୍ଥାନ କରିବେ ବୋଲି ସୂଚନା ଦେଇଛି।
ଗତବର୍ଷ ଜୁନ ୫ରେ ସେମାନେ ବୋଇଂ ଷ୍ଟାରଲାଇନରେ ଆଇଏସଏସକୁ ଯାଇ ସେଠାରେ ଫସିଯାଇଥିଲେ । ସେମାନେ ପୃଥିବୀକୁ ଫେରିଲେ ବେଶ୍ କିଛି ମାସ ଚିକିତ୍ସିତ ହେବା ପରେ ସେମାନଙ୍କ ସ୍ବାଭାବିକ ଅବସ୍ଥା ଫେରିବ । ସେପଟେ ଦୁଇ ମହାକାଶଚାରୀଙ୍କ ଅସ୍ଥି ସାନ୍ଧ୍ରତା ବା ବୋନ୍ ଡେନସିଟି ବି ହ୍ରାସ ପାଇଛି । ସେମାନଙ୍କ ମାଂସପେଶୀ ଦୁର୍ବଳ ହୋଇଯିବା ସହ ରକ୍ତ ପରିମାଣ ହ୍ରାସ ପାଇଛି । ସେମାନଙ୍କ ହାର୍ଟ ସଠିକ୍ ଭାବେ ରକ୍ତକୁ ପ୍ରବାହିତ କରିବାରେ ବିଫଳ ହୋଇଛି । ଶରୀରର ତରଳ ପଦାର୍ଥ ସଠିକ୍ ଭାବେ ପରିଚାଳିତ ହେବା ସମ୍ଭବ ହୋଇପାରୁନାହିଁ । ସେପଟେ ସବୁଠାରୁ ବଡ ବିପଦ ହେଲା ତେଜଷ୍କ୍ରିୟତାର ସମ୍ମୁଖୀନ । ପୃଥିବୀରେ ଉଚ୍ଚ ତେଜଷ୍କ୍ରିୟ ବିପଦରୁ ଜଳବାୟୁ ଓ ଚୁମ୍ବକୀୟ କ୍ଷେତ୍ର ମଣିଷକୁ ରକ୍ଷା କରୁଥିବାବେଳେ ମହାକାଶରେ ତାହା ସମ୍ଭବ ହୋଇପାରୁନାହିଁ । ଫଳରେ ଦୁଇ ମହାକାଶଚାରୀ ଏହି ବିପଦରେ ପଡିଛନ୍ତି ।

Leave A Reply

Your email address will not be published.