ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଆସନ୍ତା ୧୯ରେ ପୃଥିବୀ ଫେରିପାରନ୍ତି ସୁନୀତା ଓ ୱିଲମୋର

0

ଆମେରିକା: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଲା କ୍ରିଉ-୧୦ ମିଶନର ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟ। ଆଉ ମାତ୍ର ଦିନ କେଇଟା। ଦୀର୍ଘ ୯ ମାସର ଅବଧି ପରେ ଶେଷରେ ପୃଥିବୀ ଫେରିବେ ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ବହୁ ବାଧାବିଘ୍ନ ପରେ ପ୍ରାୟ ନଅ ମାସ ମହାକାଶରେ ରହିବା ପରେ ଶେଷରେ ପୃଥିବୀକୁ ଫେରିବେ। ତାଙ୍କ ବଦଳକାରୀ ଆଇଏସଏସ ଟିମ୍ କ୍ରିଉ-୧୦, ରବିବାର, ମାର୍ଚ୍ଚ ୧୬ ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପ୍ରବେଶ କରିସାରିଛନ୍ତି।ଏହା ସହ ସେଠାରେ ପହଞ୍ଚିଛନ୍ତି ଅନ୍ୟ ୪ ଜଣ ମହାକାଶଚାରୀ। ସେମାନେ ହେଲେ ଆନ୍ନେ ମ୍ୟାକଲେନ, ନିକୋଲ ଆୟର୍ସ, ତାକୁୟା ଓନିଶି ଓ କିରିଲ ପେସକୋଭ।
କ୍ରିଉ-୧୦ ଏବଂ କ୍ରିଉ-୯ ମଧ୍ୟରେ ଦୁଇ ଦିନିଆ ହସ୍ତାନ୍ତର ଅବଧି ପରେ, ପରବର୍ତ୍ତୀ ମାର୍ଚ୍ଚ ୧୯ ତାରିଖରେ ସୁନୀତା ପୃଥିବୀକୁ ଫେରିବା ନେଇ ଆଶା କରାଯାଉଛି। ଷ୍ଟାରଲାଇନର୍ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର କ୍ରୁ-୯ର ଅଂଶ।
ସ୍ପେସଏକ୍ସର ଫାଲକନ୍ ୯ ରକେଟ୍ ରେ ଥିବା ଏକ ବଦଳକାରୀ କ୍ରୁ ୧୦, ମାର୍ଚ୍ଚ ୧୪ ତାରିଖରେ ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସନ୍ଧ୍ୟା ୭:୦୩ ରେ ଉଡ଼ାଣ ଭରିଥିଲା। ଯାହା ରବିବାର, ମାର୍ଚ୍ଚ ୧୫ ସକାଳ ୯ଟା ସମୟରେ ଆଇଏସଏସରେ ପହଞ୍ଚିସାରିଛନ୍ତି। ଏହା ପରେ ସୁନୀତା ଏବଂ ତାଙ୍କ ସେଥି ସେମାନଙ୍କୁ ଏକ ଗ୍ରାଣ୍ଡ ୱେଲକମ୍ ଦେଇଥିଲେ।

ନାସା କହିଛି ଯେ, ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୧୯ ମାର୍ଚ୍ଚରେ ନାସା ମହାକାଶଚାରୀ ନିକ୍ ହେଗ୍ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭଙ୍କ ସହିତ ପ୍ରସ୍ଥାନ କରିବେ ବୋଲି ସୂଚନା ଦେଇଛି।
ଗତବର୍ଷ ଜୁନ ୫ରେ ସେମାନେ ବୋଇଂ ଷ୍ଟାରଲାଇନରେ ଆଇଏସଏସକୁ ଯାଇ ସେଠାରେ ଫସିଯାଇଥିଲେ । ସେମାନେ ପୃଥିବୀକୁ ଫେରିଲେ ବେଶ୍ କିଛି ମାସ ଚିକିତ୍ସିତ ହେବା ପରେ ସେମାନଙ୍କ ସ୍ବାଭାବିକ ଅବସ୍ଥା ଫେରିବ । ସେପଟେ ଦୁଇ ମହାକାଶଚାରୀଙ୍କ ଅସ୍ଥି ସାନ୍ଧ୍ରତା ବା ବୋନ୍ ଡେନସିଟି ବି ହ୍ରାସ ପାଇଛି । ସେମାନଙ୍କ ମାଂସପେଶୀ ଦୁର୍ବଳ ହୋଇଯିବା ସହ ରକ୍ତ ପରିମାଣ ହ୍ରାସ ପାଇଛି । ସେମାନଙ୍କ ହାର୍ଟ ସଠିକ୍ ଭାବେ ରକ୍ତକୁ ପ୍ରବାହିତ କରିବାରେ ବିଫଳ ହୋଇଛି । ଶରୀରର ତରଳ ପଦାର୍ଥ ସଠିକ୍ ଭାବେ ପରିଚାଳିତ ହେବା ସମ୍ଭବ ହୋଇପାରୁନାହିଁ । ସେପଟେ ସବୁଠାରୁ ବଡ ବିପଦ ହେଲା ତେଜଷ୍କ୍ରିୟତାର ସମ୍ମୁଖୀନ । ପୃଥିବୀରେ ଉଚ୍ଚ ତେଜଷ୍କ୍ରିୟ ବିପଦରୁ ଜଳବାୟୁ ଓ ଚୁମ୍ବକୀୟ କ୍ଷେତ୍ର ମଣିଷକୁ ରକ୍ଷା କରୁଥିବାବେଳେ ମହାକାଶରେ ତାହା ସମ୍ଭବ ହୋଇପାରୁନାହିଁ । ଫଳରେ ଦୁଇ ମହାକାଶଚାରୀ ଏହି ବିପଦରେ ପଡିଛନ୍ତି ।

Leave A Reply

Your email address will not be published.