ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ : ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ଵର: ରାଜ୍ୟରେ ଖରିଫ ଧାନ କିଣା ସମ୍ପର୍କରେ ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ଖରିଫ ଧାନ କିଣା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ୍‌ ଲାଇନ୍‌ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ।ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ। ଧାନ କିଣା ପାଇଁ ମାର୍ଚ୍ଚ ୩୧କୁ ହିଁ ଡେଡଲାଇନ ଧାର୍ଯ୍ୟ କରିଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍‌ ଧାନ କିଣା ସରିଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ୭୬ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ରହିଛନ୍ତି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଟାର୍ଗେଟରେ ୯୦ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ରବି ସିଜିନ ଧାନ କିଣା ପାଇଁ ସରାକର ଯୋଜନା କରୁଛନ୍ତି। ଖୁବଶୀଘ୍ର ରବି ଧାନ କିଣା ସମ୍ପର୍କରେ ସରକାର ସବିଶେଷ ତଥ୍ୟ ଜାରି କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.