ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

0

ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ସମ୍ୱଲପୁର, ଭୁବନେଶ୍ୱରରେ ଥିଲା କାର୍ଯ୍ୟକ୍ରମ। ୨୧ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିଥାନ୍ତେ ଅମିତ ଶାହ। ୨୧ ତାରିଖରେ ଅମିତ ଶାହ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବାର କାର୍ଯ୍ୟସୂଚୀ ଥିଲା। ହେଲେ କୌଣସି କାରଣ ବଶତଃ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ରାତିରେ ଶାହ ଏମସିଏଲ ଗେଷ୍ଟ ହାଉସରେ ରହିଥାନ୍ତେ। ୨୨ତାରିଖ ସକାଳେ ସମଲେଇ ଦର୍ଶନ ପରେ, ପିଏ ଡି ପଡ଼ିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। ସେଦିନ ସନ୍ଧ୍ୟାରେ ଅମିତ ଶାହ ପୁରୀ ଗସ୍ତ କରି ରାତ୍ରୀ ଯାପନ କରିଥାନ୍ତେ।

୨୩ ତାରିଖ ସକାଳେ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିଥାନ୍ତେ। ଏହାପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭାରତର ଦ୍ଵିତୀୟ ଫରେନସିକ ୟୁନିଭେର୍ସିଟିର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହାପରେ ସେହି ଦିନ ଦିଲ୍ଲୀ ଫେରି ଯାଇଥାନ୍ତେ ଅମିତ ଶାହ। ଏନେଇ ସୂଚନା ଦେଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Leave A Reply

Your email address will not be published.