ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ବଢୁଛି ଆଗ୍ରହ-ଶକ୍ତିମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ ବୃଦ୍ଧି ପାଉଛି। ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଆଗ୍ରହ ବଢୁଛି। ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର ୩୬୭ ଜଣ ଲୋକ ପଞ୍ଜୀକରଣ କରିସାରିଛନ୍ତି। ସେମାନଙ୍କ ଭିତରୁ ୨୭୪୦ ଜଣ ହିତାଧିକାରୀ ଏହାର ସୁବିଧା ପାଇଥିବାବେଳେ, ରାଜ୍ୟ ସରକାର ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲିି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ କେତେ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ସୁବିଧା ପାଇଛନ୍ତି ଓ କେତେଜଣ ଏଥିପାଇଁ ପଞ୍ଜୀକରଣ କରିଛନ୍ତି ? ଯାହାର ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.