ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ବଢୁଛି ଆଗ୍ରହ-ଶକ୍ତିମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ ବୃଦ୍ଧି ପାଉଛି। ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଆଗ୍ରହ ବଢୁଛି। ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର ୩୬୭ ଜଣ ଲୋକ ପଞ୍ଜୀକରଣ କରିସାରିଛନ୍ତି। ସେମାନଙ୍କ ଭିତରୁ ୨୭୪୦ ଜଣ ହିତାଧିକାରୀ ଏହାର ସୁବିଧା ପାଇଥିବାବେଳେ, ରାଜ୍ୟ ସରକାର ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲିି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ କେତେ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ସୁବିଧା ପାଇଛନ୍ତି ଓ କେତେଜଣ ଏଥିପାଇଁ ପଞ୍ଜୀକରଣ କରିଛନ୍ତି ? ଯାହାର ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.