ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସମ୍ ରେ ଜଟିଳ ଫୁସ୍‌ଫୁସ୍ କର୍କଟ ରୋଗୀଙ୍କର ବିରଳ ଶଲ୍ୟ ଚିକିତ୍ସା

0

ଭୁବନେଶ୍ୱର, ମାର୍ଚ୍ଚ ୧୮: ଫୁସ୍‌ଫୁସ୍‌ରେ କର୍କଟ ରୋଗ ଭଳି ଗଭୀର ସମସ୍ୟା ଥିବା ସତ୍ୱେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକମାନେ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କର ବିରଳ ତଥା ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି।

ମହିଳା ଜଣକ କିଛି ଦିନ ଧରି ଅସୁସ୍ଥ ଥିଲେ ଓ ତାଙ୍କ କାଶରେ ରକ୍ତ ପଡୁଥିଲା। ଅନ୍ୟ ଡାକ୍ତରଖାନାରେ ତାଙ୍କୁ ଯକ୍ଷ୍ମା ହୋଇଛି ବୋଲି କୁହାଯାଇଥିଲା। ପରବର୍ତୀ ସମୟରେ ସେ ଚିକିତ୍ସା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲକୁ ଆସିଥିଲେ।
ସମ୍ ହସ୍ପିଟାଲର ପଲମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା ଓ ପ୍ରଫେସର ରାକ୍ଷୀ ଲୁଦାମ୍ ତାଙ୍କର ପରୀକ୍ଷା କରିବା ପରେ ତାଙ୍କର ସମସ୍ୟା ଯକ୍ଷ୍ମା ନୁହେଁ ମାତ୍ର ଫୁସ୍‌ଫୁସ୍‌ରେ କର୍କଟ ବୋଲି ଜଣାପଡିଥିଲା। ତାଙ୍କୁ ଅଙ୍କୋସର୍ଜରୀ ବିଭାଗରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଇଥିଲା।

ଅଙ୍କୋସର୍ଜରୀ ବିଭାଗର ମୁଖ୍ୟ ଡ. ସୁନୀଲ ଅଗ୍ରୱାଲଙ୍କ କହିବା ଅନୁଯାୟୀ ରୋଗୀଙ୍କର ବାମ ପାଶ୍ୱର୍ ଫୁସ୍‌ଫୁସ୍‌ରେ ମ୍ୟୁକୋଏପିଡରମଏଡ କ୍ୟାନସର ହୋଇଥିବା ଜଣାପଡିଲା ପରେ ଏହାର ଶଲ୍ୟ ଚିକିତ୍ସା ନିମନ୍ତେ ପ୍ରସ୍ତୁତି ହୋଇଥିଲା। ଏହି ପ୍ରକାର କର୍କଟ ୨୦ ଲକ୍ଷରେ ଜଣେ ଲୋକକୁ ହୋଇଥାଏ ବୋଲି ଡ. ଅଗ୍ରୱାଲ କହିଛନ୍ତି। ଏହି ଅସ୍ତ୍ରୋପଚାର ପ୍ରାୟ ୫ ଘଂଟା ଧରି ହୋଇଥିଲା ଏବଂ ଏଥିରେ ତାମିଲନାଡୁସ୍ଥିତ ଥଙ୍ଗମ କ୍ୟାନସର ସେଂଟରର ବିଶେଷଜ୍ଞ ଡ. ସରଭାନା ରାଜାମନିକମ ସାମିଲ ହୋଇଥିଲେ। ଡାକ୍ତର ରାଜାମନିକମ ଫୁସ୍‌ଫୁସ୍ କର୍କଟ ଚିକିତ୍ସାରେ ଜଣେ ବିଶିଷ୍ଟ ବିଶେଷଜ୍ଞ ଭାବେ ପରିଚିତ।

ଏହି ପ୍ରକାର ଅସ୍ତ୍ରେପଚାରରେ ଚୀନ ସ୍ଥିତ ସାଂଘାଇ ଠାରେ ବିଶେଷ ତାଲିମ ପାଇଥିବା ଡାକ୍ତର ଅଗ୍ରୱାଲ କହିଲେ ସମ୍ ହସ୍ପିଟାଲ କର୍ତୃପକ୍ଷ ଏହି ଅସ୍ତ୍ରୋପଚାର ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ପୂର୍ବରୁ ଯୋଗାଡ କରି ରଖିଥିବାରୁ ଏହା ସମ୍ଭବ ହୋଇପାରିଲା। ଏଥି ନିମନ୍ତେ ସେ ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଅସ୍ତ୍ରୋପଚାରର ୭ ଦିନ ପରେ ରୋଗୀଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା।

ଏହି ଅସ୍ତ୍ରୋପଚାରରେ କ୍ରିଟିକାଲ କେୟାର ବିଭାଗର ପ୍ରଫେସର (ଡାକ୍ତର)ସନ୍ତୋଷ ସିଂହ, ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ଶାଶ୍ୱତ ପଟ୍ଟନାୟକ, ଅଙ୍କୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଦାମ ଷଡଙ୍ଗୀ, ଡାକ୍ତର ସ୍ନେହାଶିଷ ପ୍ରଧାନ ଓ ଡାକ୍ତର ଶ୍ୟାମ ହରିଚନ୍ଦନ ଓ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅମିତ ସାମଲ ସାମିଲ ଥିଲେ ।

Leave A Reply

Your email address will not be published.