ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି ସହିଲାଣି ଓଏସ୍ଆରଟିସି

0

ଭୁବନେଶ୍ବର: ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି ଓଏସ୍ଆରଟିସି। ଦୁଇ ବର୍ଷରେ ଓଏସ୍ଆରଟିସି କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।

ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି। ସେହିପରି ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବାବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା।

ମନ୍ତ୍ରୀ କହିଛନ୍ତି, ପରିବହନ ବିଭାଗର ୧୦୯ ସରକାରୀ ବସ୍‌ ଅଚଳ ହୋଇ ପଡ଼ିରହିଛି। ବିଗତ ୧୦ ବର୍ଷରେ ୫୪୦ଟି ବସ୍‌ କିଣିଥିଲା ପରିବହନ ବିଭାଗ। ସେଥିରୁ ୧୦୯ଟି ବସ ଯାନ୍ତ୍ରିକ ତ୍ରୁଟି ପାଇଁ ଅଚଳ ହୋଇପଡ଼ିଛି। ସେଥିପାଇଁ କୌଣସି ବିଭାଗୀୟ ଅଧିକାରୀ ଦାୟୀ ନୁହଁନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କିଛି ବସ୍‌ କେବଳ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ମରାମତି ପାଇଁ ବର୍ଷ ବର୍ଷ ଧରି ପଡ଼ି ରହିଛି।

Leave A Reply

Your email address will not be published.