ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କଟକରେ ଭୟଙ୍କର ଅଗ୍ନିକାଣ୍ଡ

0

କଟକ: କଟକ ଦୋଳମୁଣ୍ଡାଇରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଦୋଳମୁଣ୍ଡାଇ କପଡ଼ା ଗୋଦାମରେ ନିଆଁ। ଗୋଦାମ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ତେବେ ସୁଟକେସ୍‌‌ ଶୋ’ ରୁମ ଏବଂ କପଡ଼ା ଦୋକାନରେ ସମେତ ସେଠାରେ ଥିବା ଅନ୍ୟ ଏକ ଶୋ’ ରୁମରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। କର୍ମଚାରୀମାନେ କହିଛନ୍ତି ଯେ ସକାଳୁ ଶୋ’ ରୁମ୍‌‌ ଖୋଲି ଏସି ସୁଇଚ୍‌‌ ଅନ୍‌‌ କରିବା କ୍ଷଣି ହଠାତ୍‌‌ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ପାଖ ଦୋକାନଗୁଡ଼ିକୁ କିଭଳି ନିଆଁ ଳାଗିବ ନାହିଁ ସେଥିପାଇଁ ସତର୍କତା ଅବଳମ୍ବନ କରାଯାଇଥିଲା।

ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ନିଆଁ ହୁତୁହୁର ହୋଇ ଜଳୁଥିବାରୁ ପାଖରେ ରହିଥିବା ଲୋକେ ଆତଙ୍କିତ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ ବାହିନୀ ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରିବ। ତେଣୁ ଆତଙ୍କିତ ନ ହେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ତେବେ ସୋ’ ରୁମ୍ ଭିତରେ କପଡ଼ା ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ଦେଖିବାକୁ ମିଳିଛି। ଅପରପକ୍ଷରେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିବା ବେଳେ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇନାହିଁ।

Leave A Reply

Your email address will not be published.