ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇ ବ୍ରହ୍ମାବିଷ୍ଣୁ ଲେଖାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଭୁବନେଶ୍ବରରେ ବୁଧବାର ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କୁନିକୁନି ପିଲାଙ୍କୁ ଖଡ଼ି ଖଡି ଧରାଇ ବ୍ରହ୍ମା, ବିଷ୍ଣୁ ଲେଖାଇଲେ ମୁଖ୍ୟମନ୍ତ୍ରୀ ।

ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆସିଛି। ଆଜିଠୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଯୋଡି ହୋଇଛି ଜାତୀୟ ଶିକ୍ଷା ନୀତି ୨୦୨୦। ରାଜ୍ୟବ୍ୟାପୀ ଶିଶୁ ବାଟିକା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପିଲାଙ୍କୁ ଆଜି ଖଡିଛୁଆଁ କରାଇଛନ୍ତି। ଏଥି ସହ କୁନି କୁନି ପିଲାମାନଙ୍କୁ ଉପହାରରେ ବ୍ୟାଗ ଦିଆଯାଇଛି। ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ନେଇ ଅଭିଭାବକ ଆହୁରି ଆକାଂକ୍ଷୀ ହୋଇଛନ୍ତି।

ବୁଧବାରଠାରୁ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିସହ ରାଜ୍ୟର ସମସ୍ତ ବିଦ୍ୟାଳୟରେ ନୂଆକରି ଖୋଲିଥିବା ଶିଶୁ ବାଟିକାରେ ପଢ଼ିବାକୁ ଆସୁଥିବା ପିଲାମାନେ ପ୍ରବେଶ ଉତ୍ସବ କରିବା ସହିତ ଖଡିଛୁଇଁ ପାଠପଢ଼ା ଆରମ୍ଭ କରିବେ। ଏହି ଖଡିଛୁଆଁ କାର୍ଯ୍ୟକ୍ରମ ୪ ଦିନ ଧରି ଚାଲିବ। ନୂଆ କରି ନାମ ଲେଖୁଥିବା ପିଲାଙ୍କ ମଥାରେ ଫୁଲ ଓ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ପକାଇ ନୃତ୍ୟ, ବାଦ୍ୟ ଓ ଗୀତରେ ସ୍ବାଗତ କରାଯାଇଛି। ପ୍ରତିଦିନ ନୂଆ କରି ଆସୁଥିବା ଛାତ୍ରୀଛାତ୍ରଙ୍କୁ ଏଭଳି ଅଭିନବ ଭାବେ ସ୍ବାଗତ କରାଯାଇଛି। ସିଲଟରେ ତିନୋଟି ଗୋଲ କରି ଶିକ୍ଷକମାନେ ପିଲାଙ୍କ ବିଦ୍ୟାରମ୍ଭ କରିଛନ୍ତି। ପିଲାମାନେ ଶକ୍ଷକଙ୍କୁ ମୁଣ୍ଡିଆମାରି ସାରିବା ପରେ ବିଦ୍ୟାଳୟର ସବୁ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସମେତ ଅତିଥିମାନେ ଯୋଗଦେଇଛନ୍ତି। ସେମାନଙ୍କ ପାଇଁ ବିଦ୍ୟାଳୟଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବଳ ଖରା ହେଉଥିବାରୁ ସକାଳ ସାଢ଼େ ୬ଟାରୁ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଏବଂ ବିଶିଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବ। ପ୍ରଶିକ୍ଷଣ ନେଇଥିବା ଶିକ୍ଷକମାନେ ପିଲାଙ୍କୁ ଖଡିଛୁଆଁ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ସେହିପରି ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀ ପାଇଁ ନାମ ଲେଖାଉଥିବା ପିଲାଙ୍କୁ ବିଦ୍ୟାଳୟ ପକ୍ଷରୁ ସିଲଡ, ଖଡ଼ି, ଖେଳନା ସାମଗ୍ରୀ ସହିତ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଇଛି।

Leave A Reply

Your email address will not be published.