ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆୟୁଷ ଡ଼ାକ୍ତର ଚାକିରି ସ୍ଥାୟୀକରଣ ଦାବି

0

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ

ଭୁବନେଶ୍ବର: ବାରମ୍ବାର ଦାବି ପରେ ବି ଶୁଣୁନାହାଁନ୍ତି ରାଜ୍ୟ ସରକାର। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ୧୬ ବର୍ଷ ହେବ ଚୁକ୍ତି ଭିତ୍ତିରେ ସିଏଚସି/ପିଏଚସିରେ କାର୍ଯ୍ୟ କରୁଛନ୍ତି। ସବୁ ଆୟୁଷ ଡାକ୍ତରଙ୍କୁ ଚାକିରି ନିୟମିତ କରିବା ପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଲା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ଆୟୁଷ ସଂଘ।

ପ୍ରଶାସନିକ ଉଦାସୀନତା ଅଭାବ ଦେଖିବାକୁ ମିଳିଛି। ଚୁକ୍ତିଭିତ୍ତିକ ଡ଼ାକ୍ତରମାନେ ଚାକିରି ସ୍ଥାୟୀକରଣ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଚିକିତ୍ସା ସହିତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ସର୍ବ ପୁରାତନ ଆୟୁଷ ଚିକିତ୍ସା। ଏହି ପଦ୍ଧତିକୁ ପୁନଶ୍ଚ ମୁଖ୍ୟ ସ୍ରୋତକୁ ଆଣିବାକୁ ବିଧାନସଭାରେ ସମସ୍ତ ବିଧାୟକ ଏକ ବିଧେୟକ ଆଗତ କରିବାକୁ ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ଦାବି ଉପସ୍ଥାପନା କରୁଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ସଂଘ।

Leave A Reply

Your email address will not be published.