ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ ମଧ୍ୟବିତ୍ତ

0

ଭୁବନେଶ୍ବର: ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର। ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପୋଷଣ କେନ୍ଦ୍ର ହେବ। ମଧ୍ୟବିତ୍ତ ପରିବାର ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ। ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସେହିପରି ଧାନକିଣାକୁ ନେଇ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ ଧାନ ଅଧିକ କିଣାହୋଇଛି। ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ FCI ନିଏ। ଏଥର ଅଧିକ ୨୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ନେବାକୁ ରାଜି ହୋଇଛନ୍ତି।ଚଳିତ ବର୍ଷ ମୋଟ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ FCI। ତା’ପରେ ବି ୧୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ବଳକା ରହୁଛି। ୧୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ରଖିବାକୁ ଗୋଦାମ କରୁଛୁ। ବଳକା ଚାଉଳକୁ ମଧ୍ୟ ଫ୍ରି’ ସେଲ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଗୁଜରାଟ ଏବଂ ଦିଲ୍ଲୀ ମଡେଲରେ ଓଡ଼ିଶାରେ ପୋଷଣ କେନ୍ଦ୍ର ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର ଖୋଲାଯିବ। ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ। ସବ୍‌ସିଡିରେ ଗହମ, ଡାଲି, ଚିନି, ଚାଉଳ ଆଦି ଲୋକଙ୍କୁ ମିଳିବ।

Leave A Reply

Your email address will not be published.