ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କମେଣ୍ଟ ମରାକୁ ନେଇ ସଂଘବଦ୍ଧ ଆକ୍ରମଣ, ୨ ଗୁରୁତର

0

ଭୁବନେଶ୍ବର: ରାଜଧାନୀରେ ବୁଲିଲା ଖଣ୍ଡା। ଏଥିରେ ୨ ଯୁବକ ଗୁରୁତର ହୋଇଛନ୍ତି। ଖଣ୍ଡଗିରି ଥାନା ପାତ୍ରପଡ଼ାରେ ୨ ଯୁବକଙ୍କୁ ହାଣି ପକାଇଛନ୍ତି। କମେଣ୍ଟ ମରା ଓ ପୂର୍ବ ଶତ୍ରୁତାରୁ ୨ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। କିଛି ଯୁବକ ଖଣ୍ଡଗିରି ଥାନା ପାତ୍ରପଡ଼ାରେ ୨ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଖଣ୍ଡାରେ ହାଣି ପକାଇଛନ୍ତି। ସେମାନଙ୍କୁ ଗୁରୁତର ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଆକ୍ରମଣରେ ଗୁରୁତର ହୋଇଥିବା ୨ଜଣ ଯୁବକଙ୍କୁ ଭୁବନେଶ୍ୱର ଏମ୍‌‌ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ଛାନଭିନ କରିଛି। କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ତେବେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଖଣ୍ଡଗିରି ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.