ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ସୋଆରେ ଏଲିସିୟମ୍‌-୨୦୨୫ ଉଦ୍‌ଯାପିତ

0

ଭୁବନେଶ୍ୱର, ମାର୍ଚ୍ଚ ୫: ଛାତ୍ରଛାତ୍ରୀମାନଙ୍କର ଉଚ୍ଚକୋଟୀର ଦକ୍ଷତା ପ୍ରଦର୍ଶନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ଏଲିସିୟମ – ୨୦୨୫’ ଗତ ବୁଧବାର ଉଦ୍‌ଯାପିତ ହୋଇଯାଇଛି ।
ସାହିତ୍ୟ, କଳା, ସଂଗୀତ, ନୃତ୍ୟ, ବ୍ୟବସାୟ ଏବଂ ଫ୍ୟାଶନ୍‌କୁ ନେଇ ବିଭିନ୍ନ ସ୍ତରରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଦକ୍ଷତା ପରିପ୍ରକାଶ କରିବାର ସୁଯୋଗ ପାଇଥିଲେ। ‘ଏଲିସିୟମ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଏହା ଏକ ମାଧ୍ୟମ ଯେଉଁଠାରେ ଛାତ୍ରଛାତ୍ରୀମାନେ ଦକ୍ଷତା ପ୍ରଦର୍ଶନ ନିମନ୍ତେ ସୁଯୋଗ ଲାଭ କରିଥାନ୍ତି ବୋଲି ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା କହିଥିଲେ।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଭିନ୍ନ ଢ଼ଙ୍ଗରେ ଚିନ୍ତା କରିବା ସହ ନିଜେ କିଛି କରି ଦେଖାଇବାର ପ୍ରଚେଷ୍ଟା କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। କେବଳ ଡିଗ୍ରୀ ହାସଲ ଓ ଚାକିରି ପାଇଁ ପାଠ ପଢ଼ିବା ଉଚିତ୍ ନୁହେଁ । ଭିନ୍ନ ଢ଼ଙ୍ଗରେ ଉତ୍କର୍ଷତା ଦେଖାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପ୍ରଫେସର ଆଚାର୍ଯ୍ୟ କହିଥିଲେ ଯେ ନିଯୁକ୍ତି ବଜାରର ସ୍ଥିତି ସୀମିତ ହୋଇଥିବା ବେଳେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ(ଆଇଆଇ)ର ଆବିର୍ଭାବ ପରେ ଏହି ସ୍ଥିତି ଆହୁରି ଖରାପ ଦିଗକୁ ଗତି କରିପାରେ ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍‌ର ରିଜିଓନାଲ୍ ମ୍ୟାନେଜର ଓ ମୁଖ୍ୟ ଶ୍ରୀ ବିଜୟ କୁମାର ସାହୁ ଏବଂ ଅର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗର ପ୍ର୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ମନୀଷା ଆଚାର୍ଯ୍ୟ ମଧ୍ୟ ବକ୍ତବ୍ୟ ରଖିଥିଲେ । ଉଭୟ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଉପାୟ ଅବଲମ୍ବନ କରିବା ସହ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ମୋଟ ୭୦ଟି ପ୍ରତିଯୋଗିତା ମଧ୍ୟରୁ ୪୦ଟି ବୈଷୟିକ ଏବଂ ୩୦ଟି ସାଂସ୍କୃତିକଭିତିକ ରହିଥିଲା। ଏତଦ୍ ବ୍ୟତୀତ ୩୨ ଟି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଆଇଟିଇଆର ରୋବୋଟିକ୍ସ କ୍ଲବ, ସୋଆ ରାଡି କ୍ଲବ୍‌, କୋଡେକ୍ସ, ସୃଷ୍ଟି, ସୋଆ ଫ୍ଲାଇଙ୍ଗ କମ୍ୟୁନିଟି, ଜିଡିଜି, ଭଗ୍‌- ସୋଆ ଫ୍ୟାଶନ କ୍ଲବ, ସୋଆ ଲିଟେରାରୀ କ୍ଲବ୍‌, ଟନିଲଷ୍ଟୁକ୍‌-ଦ ଷ୍ଟେଜ୍ ପିସ୍‌, ସୋଆ ମ୍ୟୁଜିକ୍ କ୍ଲବ, କୋଡିଙ୍ଗ୍ ନିଞ୍ଜାସ୍‌, ଇନୋଭେସନ୍ ଆଣ୍ଡ ଏନ୍‌ଟ୍ରପ୍ରିନିୟରସିପ୍ ସେଲ୍‌, ଡାଞ୍ଜା, ଭର୍ଚୁଆଲ୍ ସୋରିଲ୍‌, ସୋଆ ଫଟୋଗ୍ରାଫି କ୍ଳବ୍‌, ଓଡାଞ୍ଜା ଏବଂ ସୋଆ ଫିଟ୍‌ନେସ୍ କ୍ଲବ ଅଂଶ ଗ୍ରହଣ କରିଥିଲେ।
ସେହିପରି ଏହି ସମାରୋହରେ ଫୁଟ୍‌ସାଲ, କ୍ରିକେଟ, ଭଲିବଲ୍‌, ବାସ୍କେଟବଲ, କବାଡି, ବ୍ୟାଡମିଂଟନ୍ ଏବଂ ଖୋ ଖୋ ଭଳି କ୍ରୀଡ଼ାର ମଧ୍ୟ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.