ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁନର୍ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ: ଉପମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସରେ ସ୍ୱୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରାଯିବ। ଏଥିରେ GPLF, CPL, BLFଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ପୂର୍ବ ସରକାରରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ବଞ୍ଚିତ ଅଛନ୍ତି। ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାକୁ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

ବର୍ତ୍ତମାନ ରାଜ୍ୟ ସରକାର ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାଆରମ୍ଭ କରିଛନ୍ତି। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡ଼ିଥିଲେ। ଏବେ ସମସ୍ତଙ୍କୁ GPL ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ। ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି ସେମାନଙ୍କୁ ବାହାର କରି ନୂଆମାନଙ୍କୁ ସୁଯୋଗ ମିଳିବବ। ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.