ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

0

ଭୁବନେଶ୍ୱର: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ପିପିଲି ସେଲ୍‌ଫି ପଏଣ୍ଟ ନିକଟରେ ଲାଗିଲା ନିଆଁ, ରୋଗୀ ସୁରକ୍ଷିତ। ଡେଲାଙ୍ଗରୁ ରୋଗୀକୁ ଧରି ଭୁବନେଶ୍ୱର ଯିବା ବେଳେ ଅଘଟଣ। ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ଗୁରୁତର ବିଷାକ୍ତ ସାପ କାମୁଡା ରୋଗୀକୁ ଡେଲାଙ୍ଗରୁ ଭୁବନେଶ୍ୱର ମେଡିକାଲ ନେଇଯାଉଥିବା ସମୟର ଅଧାଵାଟରେ ଆମ୍ବୁଲାନ୍ସରେ ଲାଗିଲା ନିଆଁ।

ଡେଲାଙ୍ଗରୁ ଜଣେ ସାପ କାମୁଡା ରୋଗୀକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍‌‌ପିଟାଲ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ଏହି ଘଟଣା ଘଟିଛି। ହଠାତ୍‌‌ ଗାଡିର ଭିତର ପାର୍ଶ୍ୱ ଗରମ ହୋଇଯିବା ସହ ସେଥିରୁ ଧୁଆଁ ବାହାରିଥିଲା। ଗାଡିର ଚାଳକ ତୁରନ୍ତ ଗାଡିକୁ ଅଟକାଇବା ସହ ଗାଡି ମଧ୍ୟରୁ ରୋଗୀ ଓ ସଂପର୍କୀୟଙ୍କୁ ବାହାରକୁ କାଢି ଦେଇଥିଲେ। ଏହି ସମୟରେ ଗାଡିରେ ନିଆଁ ଲାଗିଯାଇଥିଲା। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply

Your email address will not be published.