ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା

0

ଭୁବନେଶ୍ବର: ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କର ସମୟସୀମା। ବର୍ତ୍ତମାନ ସରକାର ଉପଭୋକ୍ତାଙ୍କୁ ରାସନକାର୍ଡରେ ଆଧାର ଲିଙ୍କ୍ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି ।କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ। ଫଳରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇ-କେୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା। ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇ-କେୱାଇସି କରାଇବା ବଧ୍ୟତାମୂଳକ ରହିଥିଲା। ତେବେ ରାସନକାର୍ଡ ସହ ଆଧାର ଲିଙ୍କ ହେବା ପରେ ନକଲି ରାସନ କାର୍ଡ ଗୁଡିକ ଧରାପଡିଯିବ ବା କଟିଯିବ। ଏହାଦ୍ୱାରା ଉଚିତ ଲାଭାର୍ଥୀ ଏହାର ଲାଭ ପାଇପାରିବେ। ତେବେ ଯେଉଁମାନେ ଏବେ ଯାଏଁ ନିଜ ରାସନକାର୍ଡରେ ଆଧାର କାର୍ଡ ଲିଙ୍କ କରିନାହାନ୍ତି ସେମାନେ ଶୀଘ୍ର ଏହି ପ୍ରକ୍ରିୟାକୁ ପୂରା କରିବାକୁ ପରାମର୍ଶ ଦିଆଯାଇଛି।

ଆଧାରକୁ ରାସନ କାର୍ଡ ସହିତ ସଂଯୋଗ କରିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଏକାଧିକ ରାସନ କାର୍ଡ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିବା। ସରକାର ଏପରି ଏକ ଭଲ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକମାନଙ୍କୁ ଏହା ବିଶେଷ ସହାୟକ ହେବ। ବିପିଏଲ ପରିବାରମାନଙ୍କୁ ସବସିଡିଯୁକ୍ତ ଶସ୍ୟ ଏବଂ କିରୋସିନ ତେଲ ଯୋଗାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.