ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଓଡ଼ିଶାରେ ୨୫ କମ୍ପାନୀ ନିବେଶ କରିବେ ୩୦,୦୦୦ କୋଟି

0

୧୧ କମ୍ପାନୀ ସହ ଚୁକ୍ତି ସ୍ଵାକ୍ଷର
ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ସୋମବାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ୧୪ କମ୍ପାନୀ ସହ ୩ହଜାର କୋଟିର ନିବେଶ ଓ ୨୧ହଜାର ୩୯୦ ନିଯୁକ୍ତି ସୃଷ୍ଟି ପାଇଁ ଆଲୋଚନା କରିଛନ୍ତି।

ଏଥିସହ ଅତିରିକ୍ତ ୨୭,୫୯୫ କୋଟି ଟଙ୍କାର ୧୧ଟି ଚୁକ୍ତି ସ୍ବାକ୍ଷର ପାଇଁ ଚୂଡ଼ାନ୍ତ ହୋଇଥିବାବେଳେ ୨୭ହଜାର ନିଯୁକ୍ତି ପାଇଁ ବାଟ ଫିଟିଛି। ତେଣୁ ମୋଟ ୩୦ ହଜାର ୫୯୫ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୪୮,୩୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ଆଇଟି ଓ ଆଇଟିଇ କ୍ଷେତ୍ରରେ ପଦକ୍ଷେପ ପାଇଁ ଏଚସିଏଲ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଓଡ଼ିଶାରେ ଏଚସିଏଲ କ୍ୟାମ୍ପସ କରିବା ପାଇଁ ପ୍ରତିଶ୍ରୁତି ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୋଏଡାରେ ଏଚସିଏଲ ଟେକ କ୍ୟାମ୍ପସକୁ ବୁଲି ଦେଖିଛନ୍ତି। ଏହା ସହ କମ୍ପାନୀ ଅଧ୍ୟକ୍ଷ ରୋଶନୀ ମାଲହୋତ୍ରାଙ୍କ ସହ ରାଜ୍ୟରେ ଏଚସିଏଲ କ୍ୟାମ୍ପସ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଓଡିଶାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଉଛି। ଏଥିସହିତ ରାଜ୍ୟରେ ଆଇଟିର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର ମଧ୍ୟ ପୁଞ୍ଜିନିବେଶ ପାଇଁ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ଓଡିଶାରେ ଆଇଟି ଶିଳ୍ପର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମିଳିତ ଭାବେ କିଭଳି ରାଜ୍ୟରେ ଏଚସିଏଲ କ୍ୟାମ୍ପସ ପ୍ରତିଷ୍ଠା ହୋଇପାରିବ, ସେନେଇ ସକରାତ୍ମକ ଆଲୋଚନା ହୋଇଛି।”

କ୍ଲାରେନେକ୍ସ କେମିକାଲ୍‌ସର ପରିଚାଳନା ନିର୍ଦ୍ଦେଶକ ମନୀଷ କିରିଙ୍କ ସହ ପାରାଦୀପରେ ସ୍ବତନ୍ତ୍ର କେମିକାଲ ୟୁନିଟ୍‌ ସ୍ଥାପନ ନେଇ ଆଲୋଚନା କରିଥିଲେ। ଗୋକଲଦାସ ଏକ୍ସପର୍ଟସ୍‌ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହଙ୍କ ସହ ଓଡ଼ିଶାରେ ବସ୍ତ୍ର ଉପତ୍ାଦନ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏସ୍‌ଏଲ୍‌ଏମ୍‌ଜି ବେଭେରେଜ୍‌ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପାରିତୋଷ ଲଧାନୀ ରାଜ୍ୟରେ ବେଭେରେଜ ମାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ରୁଚି ସୋୟାଫୁଡ୍‌ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଆସ୍ଥାନା ମଧ୍ୟ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟାନ୍ୟ ୟୁନିଟ୍‌ ସ୍ଥାପନ କରିବାକୁ ସ୍ଥିର କରିଛନ୍ତି। ରାଜ୍ୟରେ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍‌ ସିଷ୍ଟମ୍‌ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସେମ୍‌କଏନ୍‌ଫ୍ରାଟେକ୍‌ର ପରିଚାଳନା ନିର୍ଦ୍ଦେଶକ ନୀରଜ କୁମାର ସିଂଘଲଙ୍କ ସହ ଆଲୋଚନା ହୋଇଛି। ସେହିପରି ପାଣିଜାହାଜ ନିର୍ମାଣ ଓ ମରାମତି ସୁବିଧା ଓଡ଼ିଶାରେ ଉପଲବ୍ଧ କରାଇବା ପାଇଁ ଚୌଗୁଲେ ଗ୍ରୁପ୍‌ର ଚେୟାରମ୍ୟାନ ବିଜୟ ଭି ଚୌଗୁଲେଙ୍କ ସହ ସାକ୍ଷାତ ପରେ ସୂଚନା ମିଳିଛି। ସେହିପରି ରାଜ୍ୟରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଥିବା ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ହିମାଦ୍ରୀ ସ୍ପେଶାଲିଟି, ଆଇଆର୍‌ଇଏଲ, ଆଇନକ୍ସ ଜିଏଫ୍‌ଏଲ ଗ୍ରୁପ୍‌, ଅଫ୍‌ ବିଜ୍‌ନେସ୍‌, କ୍ୱାଣ୍ଟ୍‌ ସୋଲାର ଆଦି ରହିଛି।

ମଙ୍ଗଳବାର ଦ୍ୱିତୀୟ ଦିନରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌), ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି, ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ୍‌ ପେଟ୍ରୋକେମିକାଲ ରିଜର୍ଭସ୍‌ ଲିମିଟେଡ୍‌ ଓ ଅନ୍ୟାନ୍ୟ କମ୍ପାନୀ ସହ ନିବେଶ ସଂକ୍ରାନ୍ତ ଆଲୋଚନା କରାଯିବ। ଆଇଓସିଏଲ୍‌ ସହ ଚୁକ୍ତି ପାରାଦୀପରେ ଡୁଆଲ୍‌ ଫିଡ୍‌ ନାପଥା କ୍ରାକର ଏବଂ ଡାଉନ୍‌ଷ୍ଟ୍ରମିମ୍‌ ୟୁନିଟ୍‌ ସ୍ଥାପନ ପୂର୍ବକ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ। ପୂର୍ବୋଦୟ ଯୋଜନା ଅଧୀନରେ ପୂର୍ବଭାରତ ବିଶେଷକରି ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନାକୁ ନୂଆରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ ବୋଲି କୁହାଯାଉଛି। ଏଥିସହ ରାଜ୍ୟରେ କେମିକାଲ, ପେଟ୍ରୋକେମିକାଲ ଓ ଖାଦ୍ୟ ଶିଳ୍ପ ସୁଦୃଢ଼ୀକରଣ ଆଶା ଉଜ୍ଜୀବିତ ହୋଇଛି।

Leave A Reply

Your email address will not be published.