ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍

0

ଆନ୍ଧ୍ରପ୍ରଦେଶ: ଦୁଇ ଭାଗ ହୋଇଗଲା ଫଲକନାମା ଏକ୍ସପ୍ରେସ୍। ଟ୍ରେନରୁ ଅଲଗା ହୋଇଗଲା ଦୁଇଟି ଏସି ବଗି। ମଙ୍ଗଳବାର ସକାଳେ ଆନ୍ଧ୍ରପ୍ରଦେଶ ପଲାସା ନିଟସ୍ଥ ଶ୍ରୀକାକୁଲାମ୍ ଜିଲ୍ଲାରେ ଫଲକନୁମା ଏକ୍ସପ୍ରେସରେ ଘଟିଛି ଏହି ଅଘଟଣ। ବହୁ ସମୟ ଧରି ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ।

ଯାତ୍ରୀମାନଙ୍କ କହିବା ଅନୁଯାୟୀ, ଏହି ଘଟଣାଟି ସୁମ୍ମାଦେବୀ-ମଣ୍ଡାସା ଗ୍ରାମ ମଧ୍ୟରେ ଘଟିଥିଲା। ଯାତହା ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଜି ସକାଳେ ଏହି ସମସ୍ୟା ଘଟିବା ମାତ୍ରେ ହାଓ୍ୱଡ଼ା ଯାଉଥିବା ଟ୍ରେଟକୁ ଅଟକାଇ ଦିଆଯାଇଥିଲା। ପରେ ରେଳବାଇ ଅଧିକାରୀମାନଙ୍କ ସହ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୋଚ ଗୁଡିକୁ ଟ୍ରେନ୍ ସହ ସଂଯୋଗ କରିଥିଲେ। ଟ୍ରେନଟି ହାଇଦ୍ରାବାଦରୁ ହାଓଡ଼ା ଅଭିମୁଖେ ଯାଉଥିଲା।

ଏହି ଘଟଣା ସହିତ ଗୋଟିଏ ଟ୍ରାକରେ ଟ୍ରେନଟି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ରୁଟ୍ ଅବରୋଧ କରିଥିବାରୁ ଅନ୍ୟ ଟ୍ରେନ ଗୁଡିକ ଚଳାଚଳରେ ବାଧା ପ୍ରାପ୍ତ ହେବା ସହ ବିଳମ୍ୱ ହୋଇଥିଲା। ଯାତ୍ରୀମାନେ ପ୍ରଥମେ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଥିବା ଆଶଙ୍କା କରିଥିଲେ, ହେଲେ ୨ଟି କୋଚରୁ ଟ୍ରେନରୁ ଅଲଗା ହୋଇଥିବା ଜାଣିବା ପରେ ଆଶ୍ୱସ୍ତି ଅନୁଭବ କରିଥିଲେ। କାରଣ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲେ ବଡ଼ ଧରଣର ଦୁର୍ଘଟଣା ହୋଇଥାନ୍ତା।

Leave A Reply

Your email address will not be published.