ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପୋଲିସ ବାରାକରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବାଲେଶ୍ୱର: ଜୀବନ ହାରିଲେ ମହିଳା କନଷ୍ଟେବଳ। ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ନାମ ଯଶୋଦା ଦାସ।

ସୂଚନାନୁଯାୟୀ, ମଙ୍ଗଳାବର ସକାଳେ ମହିଳା କନଷ୍ଟେବଳଙ୍କୁ ବାରାକ ଭିତରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ଚାଲିଥିବା ବେଳେ, ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ପୁଲିସ୍ ର ପ୍ରାଥମିକ ତଦନ୍ତ ଅନୁଯାୟୀ ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଯଶୋଦାଙ୍କର ଦୀର୍ଘ ଦିନ ଧରି ସମ୍ପର୍କ ଥିଲା। ତେଣୁ ପ୍ରେମଜନିତ କାରଣରୁ ସେ ଜୀବନ ହାରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣାରେ ପୁଲିସ୍ ଅଧିକ ଛାନଭିନ୍ ଜାରି ରଖିଛି।

Leave A Reply

Your email address will not be published.