ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଧଉଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ ; ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ

0

ଭୁବନେଶ୍ବର: ପ୍ରେମର କରୁଣ ପରିଣତି । ପ୍ରେମିକ ସାଜିଲା ଖୁନି ଆସାମୀ। ଧଉଳି ଲିଙ୍ଗିପୁର ମେଳଣ ପଡିଆରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ଗୁରୁବାର ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଯୁବତୀଙ୍କ ଗଳିତ ମୃତଦେହ ମିଳିବାକୁ ନେଇ ଘଟଣାର ତଦନ୍ତ ପ୍ରାୟ ୩ ମାସ ହେବ ଚାଲୁ ରହିଥିଲା। ଜାନୁଆରୀ ୨୮ ତାରିଖରେ ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ ନିକଟରୁ ମିଳିଥିଲା ଗଳିତ ମୃତଦେହ। ସାଇଣ୍ଟିଫିକ ଟିମ ଯାଇ ସରଜମିନ ତଦନ୍ତ କରିଥିଲା। ପରେ ଗଳିତ ମୃତଦେହର ପରିଚୟ ଜାଣିବା ପାଇଁ ତନାଘନା ଚାଲିଥିଲା। ସବୁ ଥାନାକୁ ପରିଚୟ ଖୋଜିବାକୁ କୁହାଯାଇଥିଲା। ଜାନୁଆରୀ ୧୦ରେ ଖଣ୍ଡଗିରି ଥାନାରେ ଏକ ମିସିଙ୍ଗ ରିପୋର୍ଟ ହୋଇଥିଲା। ପରିବାର ଲୋକଙ୍କୁ ଯୋଗାଯୋଗ ପରେ ବି ଚିହ୍ନଟ କରିବା ମୁସ୍କିଲ ଥିଲା। ସ୍ନେହା ବେହେରା ନିଖୋଜ ନେଇ, ରିପୋର୍ଟ କରିଥିଲେ ତାଙ୍କ ଭଉଣୀ। ସ୍ନେହାଙ୍କ ଘର କନ୍ଧମାଳ। ସେ ବରମୁଣ୍ଡା ରୁଚିକା ମାର୍କେଟ ନିକଟରେ ରହୁଥିଲେ। ମୋବାଇଲ ନମ୍ବରରୁ ଖୋଳତାଡ଼ ପରେ ଜଣାପଡିଲା ଯେ, ସେ ଜଣେ ସିକ୍ୟୁରିଟି ଗାର୍ଡ ସହ ପ୍ରେମ ସମ୍ପର୍କରେ ଥିଲେ। ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଚନ୍ଦନ ପରିଡା ସହ ସେହିଦିନ ଧଉଳି ବୁଲିବାକୁ ଯାଇଥିଲେ ମୃତ ଯୁବତୀ ସ୍ନେହା ବେହେରା।ଯୁବତୀଙ୍କ ସହ ଅଭିଯୁକ୍ତର ପୂର୍ବରୁ ସମ୍ପର୍କ ଥିବା ସହ ତାଙ୍କ ଠାରୁ କିଛି ଅର୍ଥ ମଧ୍ୟ ନେଇଥିଲା। ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଡାକି ନେଇ ଧଉଳିରେ ହତ୍ୟା କରିଥିଲା। ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି। ଅଭିଯୁକ୍ତ ନାଁରେ ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ମାମଲା ରହିଛି। ଅଭିଯୁକ୍ତକୁ ନେଇ ପୁଲିସ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଛି।

Leave A Reply

Your email address will not be published.