ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା

0

ଭୁବନେଶ୍ବର: ଭାରତ ସରକାରଙ୍କ ବହୁ ପ୍ରତିକ୍ଷୀତ ଏହି ଯୋଜନା ଓଡ଼ିଶାରେ ଲାଗୁ ହେବାକୁ ଯାଉଛି। କାଲିଠାରୁ ଅର୍ଥାତ ଏପ୍ରିଲ ୧୧ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଅପରାହ୍ନ ୧ଟାରେ ନଡ୍ଡା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ କଟକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଭଳି ସେ ୧୨ ତାରିଖରେ ପୁରୀରେ ଭାଜପା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ ବୋଲି ମନମୋହନ କହିଛନ୍ତି।
ସୂଚନା ଅନୁଯାୟୀ , କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ନଡ୍ଡା ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ୨ ଉପମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।ରାଜ୍ୟର ସମସ୍ତ ୧୪୦୫ ପିଏଚ୍‌ସିରେ ଏହାର ସିଧା ପ୍ରସାରଣ କରାଯିବ। ରାଜ୍ୟରେ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ। ୧ କୋଟି ୩ ଲକ୍ଷ ପରିବାରକୁ କରାଯାଇଛି ସାମିଲ। ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ମିଳିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା। ମିଳିତ ଯୋଜନାରେ ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି କାର୍ଡ କାମ କରିବ।

Leave A Reply

Your email address will not be published.