ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର

0

ଭୁବନେଶ୍ୱର: ଭୁବନେଶ୍ୱର ପାଳୁଛି ୭୭ତମ ଜନ୍ମଦିନ। ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ ଆଜିର ଦିନରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ଆଜିର ଦିନରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା। ସମୟ ସହିତ ତାଳ ଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର। ବିକାଶ ଧାରାରେ ସାମିଲ ହୋଇ ଦେଶର ୧ନମ୍ବର ସ୍ମାର୍ଟସିଟିର ମାନ୍ୟତା ହାସଲ କରିଛି। ସହରର ଆକାର ବଢିବା ସହ ୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ। ପୂର୍ବରୁ ଏହାର ଜନସଂଖ୍ୟା ୧୫ ହଜାର ଥିବାବେଳେ ଏବେ ଏହା ୧୫ ଲକ୍ଷରେ ପହଞ୍ଚିଛି।

ତେବେ ଆଜି ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ସମଗ୍ର ରାଜଧାନୀ। ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ। ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ଭୁବନେଶ୍ବରର ବିକାଶ ଜାରି ରହିଛି। ସହରରେ ଆଜି ଯୁଆଡେ ଚାହିଁବ ସିଆଡେ ନଭଶଚୁମ୍ବି ଅଟ୍ଟାଳିକାମାନ ଦେଖିବାକୁ ମିଳୁଛି। ଏହି ନୂତନ ନଗରୀର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର ଅଟୋ କୋନିସବର୍ଗର।

ଭୁବନେଶ୍ୱରରେ ୬ଟି ୟୁନିଟ ଗଠନ ହେବା ସହ ପୁରୁଣା ଭୁବନେଶ୍ୱରକୁ ଏକ ବିଜ୍ଞାପିତ ଅଞ୍ଚଳ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା। ଏହି ଯୋଜନାକୁ ଓଡ଼ିଶା ସହର ଯୋଜନା ଆଇନ ୧୯୫୬ ଅନୁସାରେ ଅନୁମୋଦନ ମିଳିଥିଲା। ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ଯୋଜନା ଅଧିକାରୀ ମଧ୍ୟ ନିଯୁକ୍ତ କରାଯାଇଥିଲା। କ୍ରମଶଃ ଭୁବନେଶ୍ୱରର ଜନସଂଖ୍ୟା ବୃଦ୍ଧି ପାଇବାରୁ ଏଠାରେ ମ୍ୟୁନିସିପାଲଟି ଗଠିତ ହେଲା। ପରେ ଭୁବନେଶ୍ବର ମ୍ୟୁନିସିପାଲଟି ସହ ଖୋର୍ଦ୍ଧା ଓ ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ମିଶାଇ ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା ବା ବ୍ରିଟ ଗଠନ କରାଗଲା। ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ ସହ ନିକଟସ୍ଥ ଗାଁଗୁଡିକର ସମିଶ୍ରଣ କରାଯାଇ ଗଠିତ ହେଲା ଭୁବନେଶ୍ୱର ଉନ୍ନୟନ ସଂସ୍ଥା ବା ବିଡିଏ। ଏଠାରେ ଥିବା ଶତାଧିକ ମନ୍ଦିର ଏହାକୁ ମନ୍ଦିରମାଳିନୀ ସହର ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶାର ଏହି ପୁରାତନ ସହରରେ ପୂର୍ବରୁ ଚେଦି ବଂଶର ରାଜାମାନେ ଶାସନ କରୁଥିଲେ ବୋଲି ଇତିହାସ ରହିଛି।

Leave A Reply

Your email address will not be published.