ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ

0

ଭୁବନେଶ୍ବର: ଓଡ଼ିଶା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ଜଣ ଅଧିକାରୀଙ୍କୁ ଏଥିପାଇଁ ମନୋନୀତ କରାଯାଇଛି।
୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ। ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବା ପାଇଁ ମଧ୍ୟ ସେଠାରେ ସୁଯୋଗ ମିଳିବ। ଶୁକ୍ରବାର ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି। ମାଲେସିଆ ଗସ୍ତର ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଏବଂ ଅଫିସରଙ୍କୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ବିଭିନ୍ନ ଅଞ୍ଚଳର ୧୪ ଚାଷୀ ଏବଂ ୧୪ଜଣ ଅଧିକାରୀ ମାଲେସିଆ ଯିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ବହନ କରିବ ନାବାର୍ଡ ଓ ବିଶ୍ୱ ବ୍ୟାଙ୍କ।

Leave A Reply

Your email address will not be published.