ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

0

ଭୁବନେଶ୍ବର: ଆଜି ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା)ର ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଡାକ୍ତରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସେମାନଙ୍କ କ୍ୟାଡର ପୁର୍ନଗଠନ, ସ୍ବାସ୍ଥ୍ୟବୀମା, ଚୁକ୍ତିଭିତ୍ତିକ ଅବଧି, କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଡାକ୍ତରମାନଙ୍କୁ ପ୍ରତିଶ୍ରୁତି ଦେଇ ସରକାର ପୂରଣ କରୁନଥିବାରୁ ଏହାର ପ୍ରତିବାଦରେ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ସହ ସମୂହ ଇସ୍ତଫା ଦେବେ ବୋଲି ଓମସା ସାଧାରଣ ପରିଷଦ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ହାରରେ ଡିଏସିପି, କ୍ୟାଡର ପୁର୍ନଗଠନ, ସ୍ୱାସ୍ଥ୍ୟ ବୀମା ଭଳି ୭ ଦାବି କରିବା ସହିତ ମାସେ ଭିତରେ ଦାବି ପୂରଣ ନ କଲେ ଡାକ୍ତରମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ଏବଂ ସାମୁହିକ ଇସ୍ତଫା ଦେବେ ବୋଲି ଓମସା ସଦସ୍ୟମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କର ୭ ଦଫା ଦାବି ନେଇ ସରକାରଙ୍କୁ ଜଣାଯିବା ପରେ ସରକାର ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଓମସା ସହିତ ଆଲୋଚନା କରୁନାହାନ୍ତି। ଓମସା ସଦସ୍ୟମାନେ ରାଜ୍ୟରେ ଡାଇନାମିକ୍ ଆସୁର୍ଡ କ୍ୟାରିଅର୍ ପ୍ରୋଗ୍ରେସନ୍ (ଡିଏସିପି) କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଦେଶର ୧୮ଟି ରାଜ୍ୟ ସରକାରୀ ହସ୍ପିଟାଲରେ ସେବା କରୁଥିବା ଡାକ୍ତରମାନଙ୍କ ପାଇଁ ଡିଏସିପି ଲାଗୁ କରିସାରିଛନ୍ତି।

Leave A Reply

Your email address will not be published.