ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଏଣିକି ବଢିବ ଗରମ, ଗୁଳୁଗୁଳି ର ପ୍ରଭାବ

0

ଭୁବନେଶ୍ବର: ଏଣିକି ରାଜ୍ୟ ରେ ବୃଦ୍ଧି ପାଇବ ଗରମ ଓ ଗୁଳୁଗୁଳି ର ପ୍ରଭାବ। ଅନେକ ଅଞ୍ଚଳ ରେ ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦିନ ତାପମାତ୍ରା ପ୍ରାୟ ୩-୫°ସି ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୪୨.୦°ସି ଉପରେ ରହିପାରେ। ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ଅନୁଗୁଳ ଇତ୍ୟାଦି ଅଞ୍ଚଳ ର କିଛି ଅଞ୍ଚଳ ରେ ତାପମାତ୍ରା ଅଧିକ ରହିବା ସହ ଗ୍ରୀଷ୍ମ ଲହରୀ ପ୍ରବାହ ହେବାର ସମ୍ଭାବନା ରହିଛି।

ସେହିପରି ଉପକୂଳ ଓଡ଼ିଶା ରେ ମଧ୍ୟ ତାପମାତ୍ରା ଅଧିକ ରହିବ। ୨୩-୨୪ ତାରିଖ ବେଳକୁ ରାଜଧାନୀ ଭୁବନେଶ୍ଵର ରେ ଦିନ ତାପମାତ୍ରା ୪୦.୦°ସି ପହଞ୍ଚିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ପୂର୍ବାନୁମାନ- ଅଧ୍ୟାପକ ସାର୍ଥକ ମିଶ୍ର

Leave A Reply

Your email address will not be published.