ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

0

କୋରାପୁଟ: କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସୋମବାର ଦିନ ପବ୍ଲିକ ଆଡମିନିଷ୍ଟ୍ରେସନରେ ତାଙ୍କର ଅତୁଳନୀୟ ଯୋଗଦାନ ଓ କାର୍ଯ୍ୟ ଯୋଗୁଁ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି ଭାସନ ପ୍ରଧାନମନ୍ତ୍ରୀ ଆୱାର୍ଡ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ସୋମବାର ଆୟୋଜିତ ସିଭିଲ ସର୍ଭିସ ଡେ’ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଏହି ଆୱାର୍ଡ଼ ପ୍ରଦାନ କରିଛନ୍ତି।

ଗତ ୧୮ମାସ ମଧ୍ୟରେ କୋରାପୁଟ ଜିଲାରେ ୧୧ଟି କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା କରି ହିତାଧିକାରୀଙ୍କ ନିକଟରେ ସୁଫଳ ପହଞ୍ଚାଇ ଥିବାରୁ କୋରାପୁଟ ଜିଲା ଏହି ପୁରସ୍କାର ପାଇବା ପାଇ ଯୋଗ୍ୟ ବିବେଚିତ ହେଇଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ , ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ପିଏମ୍‌ ବିଶ୍ୱକର୍ମା ଯୋଜନା, କିଷାନ କାର୍ଡ , ମିଶନ ଟୀକାକରଣ ,ପିଏମ୍‌ ଜନ ଆରୋଗ୍ୟ ଯୋଜନା, ହର୍‌ ଘର୍‌ ଜଳ୍‌ (ଜଳ ଜୀବନ ମିଶନ), ପିଏମ୍‌ ସହରାଞ୍ଚଳ ଆବାସ ଓ ପିଏମ୍‌ ଗ୍ରାମାଞ୍ଚଳ ଆବାସ ଯୋଜନା ଆଦି କାର୍ଯ୍ୟକାରୀ କରିବା ସହ ସାଧାରଣ ଜନତା ଓ ପ୍ରଶାସନର ସହଭାଗିତାରେ ନିଜ ଦକ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜିଲା ଭାବେ ମନୋନୀତ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମ୍‌ ଆସି ଅନୁଧ୍ୟାନ କରିବା ପରେ ଏହି ପୁରସ୍କାର ପାଇବାକୁ କୋରାପୁଟ ଜିଲା ଯୋଗ୍ୟ ବିବେଚିତ ହୋଇଛି।

ଭାରତ ବର୍ଷର ୭୧୦ଟି ଜିଲା ମଧ୍ୟରୁ କେବଳ ୫ ଜିଲା ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏହି ୫ଟି ଜିଲା ମଧ୍ୟରେ ଓଡ଼ିଶାର କୋରାପୁଟ ସ୍ଥାନ ପାଇଛି। ଏଥିପାଇଁ କୋରାପୁଟ ଜିଲାପାଳ ଜିଲାର ସମସ୍ତ ଅଧିକାରୀ, କର୍ମଚାରୀ ଓ ଜିଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.