ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ

0

ନକଲି ସାକ୍ଷାତକାର ବେଳେ ୩ ଗିରଫ
ଭୁବନେଶ୍ୱର: ଇସ୍ରାଏଲରେ ଚାକିରୀ ଦେବାର ବାହାନାରେ ଅନେକ ଯୁବକଙ୍କୁ ଠକିବା ଅଭିଯୋଗରେ ଭୁବନେଶ୍ୱରର ଖାରବେଳ ଥାନା ଅନ୍ତର୍ଗତ ଏକ ହୋଟେଲରେ ନକଲି ସାକ୍ଷାତକାର କରିବା କରୁଥିବା ବେଳେ କମିଶନରେଟ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ବାବୁଲାହରି ଗୌଡା (୪୨), ମହେଶ ରାମଚନ୍ଦ୍ର ଲୋଖଣ୍ଡେ ଏବଂ କିରଣ ଶଶିକାନ୍ତ ଘୁମରେ (୫୧) ବୋଲି ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଖଣ୍ଡରା ଗ୍ରାମର ବାସିନ୍ଦା ବାବୁଲାହର ମୁମ୍ବାଇରେ ରହୁଥିବା ବେଳେ ତାଙ୍କର ଦୁଇ ସହଯୋଗୀ ମୁମ୍ବାଇର ମୂଳ ବାସିନ୍ଦା ବୋଲି ଜଣାପଡିଛି। ୨୦ ଏପ୍ରିଲରେ ସୁନୀଲ କୁମାର ସାହୁ, ପ୍ରୋଟେକ୍ଟର ଅଫ ଏମିଗ୍ରାଣ୍ଟସ, ଭୁବନେଶ୍ୱର (ବୈଦେଶିକ ମନ୍ତ୍ରଣାଳୟ)ଙ୍କ ଅଭିଯୋଗ ଆଧାରରେ, ଭୁବନେଶ୍ୱରର ଖାରବେଲ ନଗର ଥାନା ଅଧୀନରେ ଏକ ହୋଟେଲରେ ଇସ୍ରାଏଲରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ଦେବା ନାମରେ ଏକ ନକଲି ସାକ୍ଷାତକାର ଆୟୋଜିତ ହେଉଥିବା ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଥିଲା।

ରିପୋର୍ଟ ଅନୁସାରେ, ଏହି ତିନିଜଣ ସୋସିଆଲ ମିଡିଆରେ ନକଲି ବିଜ୍ଞାପନ ପ୍ରଚାର କରିଥିଲେ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଆଧିକାରିକ ବିଜ୍ଞପ୍ତି ପରି ଦେଖାଯାଉଥିବା ଜାଲି ଦଲିଲ ବ୍ୟବହାର କରି ଚାକିରୀ ଆଶାୟୀମାନଙ୍କୁ ଭୁଲାଇଥିଲେ। ସେମାନେ ଚାକିରୀ ଆଶାୟୀଙ୍କଠାରୁ ୫,୦୦୦ ଟଙ୍କା ଅଗ୍ରୀମ ନେଉଥିଲେ ଏବଂ (ନକଲି) ଚାକିରୀ ଅଫର ଲେଟର ଜାରି କରିବା ପରେ ୭୦,୦୦୦ ଟଙ୍କା ଦେବାକୁ କହୁଥିଲେ। ଅଭିଯୋଗ ଆଧାରରେ, ପୁଲିସ ଚାକିରୀ ଠକେଇ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ବୈଦେଶିକ ମନ୍ତ୍ରଣାଳୟ କିମ୍ବା କୌଣସି ନିବନ୍ଧିତ ନିଯୁକ୍ତି ଏଜେନ୍ସି ଦ୍ୱାରା ଅନୁମୋଦିତ ନ ଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ଅନେକ ପ୍ରାର୍ଥୀଙ୍କ ରେଜ୍ୟୁମ, ଜାଲି ଦଲିଲ ଏବଂ ୪ ଟି ମୋବାଇଲ ଫୋନ ଜବତ କରିଛି।

Leave A Reply

Your email address will not be published.