ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଭାରତୀୟଙ୍କ ଗଳା କାଟିବାକୁ ଇଙ୍ଗିତ କଲେ ପାକିସ୍ତାନୀ ସେନା ଅଧିକାରୀ

0

ନ୍ୟୁଜ୍ ବ୍ୟୁରୋ: ଆତଙ୍କବାଦ ବିରୋଧରେ ପ୍ରତିବାଦ କରିବାରୁ ଭାରତୀୟଙ୍କ ବେକ କାଟିବାକୁ ଧମକ ଦେଇଛନ୍ତି ପାକ୍ ଅଧିକାରୀ। ପାକିସ୍ତାନର ଜଣେ ବରିଷ୍ଠ ସେନା ଅଧିକାରୀ ପ୍ରବାସୀ ଭାରତୀୟଙ୍କ ଗଳା କାଟିବାକୁ ସର୍ବସମ୍ମୁଖରେ ଇଙ୍ଗିତ କରିଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ପହଲଗାଓଁ ଆତଙ୍କୀ ଆକ୍ରମଣ ଘଟଣାର ପ୍ରତିବାଦ କରି ପ୍ରବାସୀ ଭାରତୀୟମାନେ ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଚାଲିଥିଲା। ଏହି ସମୟରେ ଦୂତାବାସ ବାହାରକୁ କିଛି ପାକିସ୍ତାନୀ ଅଧିକାରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ପାକ୍‌ ସ୍ଥଳସେନା ଏବଂ ବାୟୁସେନା ଉପଦେଷ୍ଟା ତଇମୁର ରାହତ ବିକ୍ଷୋଭକାରୀଙ୍କୁ ୱିଙ୍ଗ କମାଣ୍ଡର ଅଭିନନ୍ଦଙ୍କ ଫଟୋ ଦେଖାଇ ସିଧା ଗଳା କାଟିବାର ଇଙ୍ଗିତ କରିଥିଲେ। ଯାହା ଏକ ଭିଡିଓରେ କଏଦ ହୋଇଛି। ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ପ୍ରତିଟି ଭାରତୀୟଙ୍କ ହୃଦୟରେ ପ୍ରତିଶୋଧର ବହ୍ନି ଜଳୁଛି। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କ ମଧ୍ୟରେ ବି ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି।

ଏହି ହମ୍‌ଲା ବିରୋଧରେ ୫୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରୁଥିଲେ। ହାତରେ ତ୍ରିରଙ୍ଗା, ପ୍ଲାକାର୍ଡ, ଆଇ ଆମ୍ ହିନ୍ଦୁ ପୋଷ୍ଟର ଧରି ଆତଙ୍କବାଦ ଓ ପାକିସ୍ତାନ ବିରୋଧରେ ନାରା ଦେଉଥିଲେ। ଏହି ସମୟରେ ପାକ୍‌ ଦୂତାବାସ ଅଧିକାରୀ କର୍ଣ୍ଣେଲ ତୈମୁର ରାହାତ ହାଇକମିଶନ କାର୍ଯ୍ୟାଳୟରେ ଠିଆ ହୋଇ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ଦେଖାଇବା ସହ ସିଧା ବେକ କାଟିଦେବାକୁ ଇସାରାରେ ଧମକ ଦେଇଥିଲେ।

Leave A Reply

Your email address will not be published.