ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଭାରତୀୟଙ୍କ ଗଳା କାଟିବାକୁ ଇଙ୍ଗିତ କଲେ ପାକିସ୍ତାନୀ ସେନା ଅଧିକାରୀ

0

ନ୍ୟୁଜ୍ ବ୍ୟୁରୋ: ଆତଙ୍କବାଦ ବିରୋଧରେ ପ୍ରତିବାଦ କରିବାରୁ ଭାରତୀୟଙ୍କ ବେକ କାଟିବାକୁ ଧମକ ଦେଇଛନ୍ତି ପାକ୍ ଅଧିକାରୀ। ପାକିସ୍ତାନର ଜଣେ ବରିଷ୍ଠ ସେନା ଅଧିକାରୀ ପ୍ରବାସୀ ଭାରତୀୟଙ୍କ ଗଳା କାଟିବାକୁ ସର୍ବସମ୍ମୁଖରେ ଇଙ୍ଗିତ କରିଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ପହଲଗାଓଁ ଆତଙ୍କୀ ଆକ୍ରମଣ ଘଟଣାର ପ୍ରତିବାଦ କରି ପ୍ରବାସୀ ଭାରତୀୟମାନେ ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଚାଲିଥିଲା। ଏହି ସମୟରେ ଦୂତାବାସ ବାହାରକୁ କିଛି ପାକିସ୍ତାନୀ ଅଧିକାରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ପାକ୍‌ ସ୍ଥଳସେନା ଏବଂ ବାୟୁସେନା ଉପଦେଷ୍ଟା ତଇମୁର ରାହତ ବିକ୍ଷୋଭକାରୀଙ୍କୁ ୱିଙ୍ଗ କମାଣ୍ଡର ଅଭିନନ୍ଦଙ୍କ ଫଟୋ ଦେଖାଇ ସିଧା ଗଳା କାଟିବାର ଇଙ୍ଗିତ କରିଥିଲେ। ଯାହା ଏକ ଭିଡିଓରେ କଏଦ ହୋଇଛି। ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ପ୍ରତିଟି ଭାରତୀୟଙ୍କ ହୃଦୟରେ ପ୍ରତିଶୋଧର ବହ୍ନି ଜଳୁଛି। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କ ମଧ୍ୟରେ ବି ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି।

ଏହି ହମ୍‌ଲା ବିରୋଧରେ ୫୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରୁଥିଲେ। ହାତରେ ତ୍ରିରଙ୍ଗା, ପ୍ଲାକାର୍ଡ, ଆଇ ଆମ୍ ହିନ୍ଦୁ ପୋଷ୍ଟର ଧରି ଆତଙ୍କବାଦ ଓ ପାକିସ୍ତାନ ବିରୋଧରେ ନାରା ଦେଉଥିଲେ। ଏହି ସମୟରେ ପାକ୍‌ ଦୂତାବାସ ଅଧିକାରୀ କର୍ଣ୍ଣେଲ ତୈମୁର ରାହାତ ହାଇକମିଶନ କାର୍ଯ୍ୟାଳୟରେ ଠିଆ ହୋଇ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ଦେଖାଇବା ସହ ସିଧା ବେକ କାଟିଦେବାକୁ ଇସାରାରେ ଧମକ ଦେଇଥିଲେ।

Leave A Reply

Your email address will not be published.