ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଅବକାରୀ ଅଧୀକ୍ଷକଙ୍କ ଗାଡ଼ିରୁ ୩ ଲକ୍ଷ ଜବତ

0

ଢେଙ୍କାନାଳ: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ଜିଲାରେ ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କୁ ରାସ୍ତାରେ ଅଟକାଇ ତାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍‌ ଖବର ପାଇଁ ଅତର୍କିତ ଚଢ଼ଉ କରିଥିଲା।

ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଦେଉଳସାହି ରୋଡ଼ରେ ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ଅଟକାଇଥିଲା। ସେହି ସମୟରେ ଭିଜିଲାନ୍ସ ଦଳ ମହିଳା ଅବକାରୀ ଅଧିକାରୀଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ପାଇଥିଲେ। ସେ ଏତେ ଟଙ୍କା ରଖିବାର ସନ୍ତୋଷଜନକ ହିସାବ ଦେଇପାରି ନ ଥିବାରୁ, ତାଙ୍କ ନିକଟରୁ ଟଙ୍କା ସହ ଗାଡ଼ି ଜବତ କରାଯାଇଥିଲା। ଜବତ ପରେ, ଭିଜିଲାନ୍ସ ଅଧିକାରୀମାନେ ଆୟ ବହିର୍ଭୁତ୍ତ ସମ୍ପତ୍ତି ଦୃଷ୍ଟିକୋଣରୁ ପାଞ୍ଚଟି ସ୍ଥାନରେ ତଲାସୀ ଅଭିଯାନ ଚଳାଇଛନ୍ତି।

Leave A Reply

Your email address will not be published.