ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଜଷ୍ଟିସ ବିଆର. ଗଭାଇ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ

0

ନୂଆଦିଲ୍ଲୀ: ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ ବି.ଆର. ଗଭାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କୁ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ଜଷ୍ଟିସ ଗଭାଇ ଆସନ୍ତା ମେ ୧୪, ୨୦୨୫ରେ ଶପଥ ଗ୍ରହଣ କରିବେ, ଯିଏକି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅବସର (ମେ ୧୩, ୨୦୨୫) ପରେ ଏହି ପଦବୀ ଗ୍ରହଣ କରିବେ। ଏହି ନିଯୁକ୍ତି ଭାରତୀୟ ବିଚାର ବ୍ୟବସ୍ଥାରେ ଏକ ଐତିହାସିକ ମୁହୂର୍ତ୍ତ ଚିହ୍ନିତ କରୁଛି, କାରଣ ଜଷ୍ଟିସ ଗଭାଇ ହେଉଛନ୍ତି ଜଷ୍ଟିସ କେ.ଜି. ବାଲାକୃଷ୍ଣନଙ୍କ ପରେ ଦଳିତ ସମୁଦାୟରୁ ଦ୍ୱିତୀୟ ପ୍ରଧାନ ବିଚାରପତି।

ଅପରପକ୍ଷରେ ଜଷ୍ଟିସ୍ ଗଭାଇ ପ୍ରାୟ ଛଅ ମାସ ପାଇଁ ଭାରତର ପ୍ରଧାନ ବିଚାରପତି ରହିବେ। କାରଣ ସେ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ବି.ଆର୍. ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ବାର୍‌ରେ ଯୋଗ ଦେଇଥିଲେ।

Leave A Reply

Your email address will not be published.