ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

0

ଭୁବନେଶ୍ବର:ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଘୋଷଣା କରିଛି ଯେ ୨୦୨୫ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ଆସନ୍ତାକାଲି ଅର୍ଥାତ୍ ମେ ୨ ତାରିଖରେ ପ୍ରକାଶ ପାଇବ। ଏହି ରେଜଲ୍ଟ ଅପରାହ୍ନ ୪ଟାରେ କଟକସ୍ଥିତ ବିଏସ୍‌ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ କରାଯିବ। ଏହା ପରେ, ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।

ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିଲା। କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ହୋଇଥିଲା ।
ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଅଫିସିଆଲ ୱେବସାଇଟ୍‌ରୁ ହିଁ ଫଳାଫଳ ଯାଞ୍ଚ କରନ୍ତୁ ଏବଂ କୌଣସି ଅଣଅଧିକାରିକ ଉତ୍ସ ଉପରେ ନିର୍ଭର ନ କରନ୍ତୁ।

Leave A Reply

Your email address will not be published.