ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣଙ୍କ ନାମରେ ଏତଲା

0

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ହାଜର ହେବେ ରାମକୃଷ୍ଣ। ଉତ୍ତର ରଖିବାକୁ ରାମକୃଷ୍ଣ ଦାସମହାପାତ୍ରଙ୍କୁ ହୋଇଛି ନୋଟିସ୍। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ କେମିତି ଦାରୁ ଗଲା ତାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅନ୍ୟପଟେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାମରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ହୋଇଛି। ପୁରୀ ସତ୍ୟ ନଗରର ସୂଚନା ଓ ଅଧିକାର କର୍ମୀ ଜୟନ୍ତ କୁମାର ଦାଶ ଦେଲେ ଏତଲା। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନବକଳେବର ବଳକା ଦାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିକିଥିବା ଅଭିଯୋଗ ହୋଇଛି। ବିଏନ୍ଏସର ବିଭିନ୍ନ ଦଫାରେ ମାମଲା ରୁଜୁ ପାଇଁ ଅନଲାଇନ୍ ଏତଲାରେ ଉଲ୍ଲେଖ ଅଛି।

ଦୀଘା ବିଗ୍ରହ ନବକଳେବର ବଳକା ଦାରୁରେ ନିର୍ମାଣ କରି ନେଇଥିବା କଥା ନିଜେ କହିଛନ୍ତି ରାମକୃଷ୍ଣ। ପୁରା ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁସାରେ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କୁ ପଚରାଉଚରା କରିବାକୁ ସମୟ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.