ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣଙ୍କ ନାମରେ ଏତଲା

0

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ହାଜର ହେବେ ରାମକୃଷ୍ଣ। ଉତ୍ତର ରଖିବାକୁ ରାମକୃଷ୍ଣ ଦାସମହାପାତ୍ରଙ୍କୁ ହୋଇଛି ନୋଟିସ୍। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ କେମିତି ଦାରୁ ଗଲା ତାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅନ୍ୟପଟେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାମରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ହୋଇଛି। ପୁରୀ ସତ୍ୟ ନଗରର ସୂଚନା ଓ ଅଧିକାର କର୍ମୀ ଜୟନ୍ତ କୁମାର ଦାଶ ଦେଲେ ଏତଲା। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନବକଳେବର ବଳକା ଦାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିକିଥିବା ଅଭିଯୋଗ ହୋଇଛି। ବିଏନ୍ଏସର ବିଭିନ୍ନ ଦଫାରେ ମାମଲା ରୁଜୁ ପାଇଁ ଅନଲାଇନ୍ ଏତଲାରେ ଉଲ୍ଲେଖ ଅଛି।

ଦୀଘା ବିଗ୍ରହ ନବକଳେବର ବଳକା ଦାରୁରେ ନିର୍ମାଣ କରି ନେଇଥିବା କଥା ନିଜେ କହିଛନ୍ତି ରାମକୃଷ୍ଣ। ପୁରା ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁସାରେ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କୁ ପଚରାଉଚରା କରିବାକୁ ସମୟ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.