ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସର ଅଭାବ ନାହି: ଇଣ୍ଡିଆନ ଅଏଲ

0

ନ୍ୟୁଜ୍ ବ୍ୟୁରୋ: ଭାରତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନାଗରିକଙ୍କ ବଢ଼ୁଥିବା ଡର, ଚିନ୍ତାକୁ ଦୃଷ୍ଟିରେ ରଖି, ଇଣ୍ଡିଆନ୍ ଅଏଲ୍ ଏକ ସାର୍ବଜନୀନ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ଦେଶରେ ଇନ୍ଧନ (ପେଟ୍ରୋଲ୍, ଡିଜେଲ) ଏବଂ ରନ୍ଧନ ଗ୍ୟାସ୍ (ଏଲପିଜି)ର କୌଣସି ଅଭାବ ନାହିଁ।

ଅଏଲ କର୍ପୋରେସନ ଲିମିଟେଡ କହିଛି, “ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ଷ୍ଟକ୍ ଅଛି ଏବଂ ଆମର ଯୋଗାଣ ଲାଇନଗୁଡ଼ିକ ସୁଗମ ଭାବରେ କାର୍ଯ୍ୟ କରୁଛି। ଆତଙ୍କିତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ – ଆମ ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ।” ଇଣ୍ଡିଆନ ଅଏଲ ଜନସାଧାରଣଙ୍କୁ ପ୍ରଚୁର ପରିମାଣର ଇନ୍ଧନ ଷ୍ଟକ୍ ବିଷୟରେ ଆଶ୍ୱାସନା ଦେଇଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଶୁକ୍ରବାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛି ଯେ ସାରା ଦେଶରେ ଇନ୍ଧନ ଏବଂ ଏଲପିଜି ଯୋଗାଣ ସୁଗମରେ ଚାଲିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ, ଅନାବଶ୍ୟକ ଭିଡ଼କୁ ଏଡାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଭଲ ଭାବରେ ସେବା ଯୋଗାଇବାରେ ଆମକୁ ସାହାଯ୍ୟ କରନ୍ତୁ। ଏହାଫଳରେ ଆମର ଯୋଗାଣ ଲାଇନ୍ କୁ ସୁଗମ ଭାବରେ ଚାଲୁ ରଖିବ ଏବଂ ସମସ୍ତଙ୍କୁ ନିରବଚ୍ଛିନ୍ନ ଇନ୍ଧନ ପହଞ୍ଚିବ ।

Leave A Reply

Your email address will not be published.