ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଭାରତରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସର ଅଭାବ ନାହି: ଇଣ୍ଡିଆନ ଅଏଲ

0

ନ୍ୟୁଜ୍ ବ୍ୟୁରୋ: ଭାରତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନାଗରିକଙ୍କ ବଢ଼ୁଥିବା ଡର, ଚିନ୍ତାକୁ ଦୃଷ୍ଟିରେ ରଖି, ଇଣ୍ଡିଆନ୍ ଅଏଲ୍ ଏକ ସାର୍ବଜନୀନ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ଦେଶରେ ଇନ୍ଧନ (ପେଟ୍ରୋଲ୍, ଡିଜେଲ) ଏବଂ ରନ୍ଧନ ଗ୍ୟାସ୍ (ଏଲପିଜି)ର କୌଣସି ଅଭାବ ନାହିଁ।

ଅଏଲ କର୍ପୋରେସନ ଲିମିଟେଡ କହିଛି, “ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ଷ୍ଟକ୍ ଅଛି ଏବଂ ଆମର ଯୋଗାଣ ଲାଇନଗୁଡ଼ିକ ସୁଗମ ଭାବରେ କାର୍ଯ୍ୟ କରୁଛି। ଆତଙ୍କିତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ – ଆମ ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ।” ଇଣ୍ଡିଆନ ଅଏଲ ଜନସାଧାରଣଙ୍କୁ ପ୍ରଚୁର ପରିମାଣର ଇନ୍ଧନ ଷ୍ଟକ୍ ବିଷୟରେ ଆଶ୍ୱାସନା ଦେଇଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଶୁକ୍ରବାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛି ଯେ ସାରା ଦେଶରେ ଇନ୍ଧନ ଏବଂ ଏଲପିଜି ଯୋଗାଣ ସୁଗମରେ ଚାଲିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ, ଅନାବଶ୍ୟକ ଭିଡ଼କୁ ଏଡାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଭଲ ଭାବରେ ସେବା ଯୋଗାଇବାରେ ଆମକୁ ସାହାଯ୍ୟ କରନ୍ତୁ। ଏହାଫଳରେ ଆମର ଯୋଗାଣ ଲାଇନ୍ କୁ ସୁଗମ ଭାବରେ ଚାଲୁ ରଖିବ ଏବଂ ସମସ୍ତଙ୍କୁ ନିରବଚ୍ଛିନ୍ନ ଇନ୍ଧନ ପହଞ୍ଚିବ ।

Leave A Reply

Your email address will not be published.