ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ

0

ଭୁବନେଶ୍ବର: ଭାରତ-ପାକ୍‌ ଯୁଦ୍ଧ ସ୍ଥିତିକୁ ନଜରରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦର ସୁରକ୍ଷା ବୃଦ୍ଧି କରାଯାଇଛି। ଏହା ସହିତ ଭାରତ ପାକିସ୍ତାନ ସୀମାନ୍ତ ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ବି ହାଇଆଲର୍ଟରେ ରହିଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷାକର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।

ଶତ୍ରୁରାଷ୍ଟ୍ର ପାକିସ୍ତାନ ଦ୍ୱାରା ବିଭିନ୍ନ ବିମାନ ବନ୍ଦର ଗୁଡିକ ଉପରେ ଟାର୍ଗେଟ କରାଯାଉଛି। ଗତକାଲି ଜାମ୍ମୁର ବିମାନ ବନ୍ଦର ସମେତ ଏକାଧିକ ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ। ପରବର୍ତ୍ତୀ ସମୟରେ ଜାମ୍ମୁ ବିମାନ ବନ୍ଦରରେ ସାଇରନ୍ ବାଜିବା ସହିତ ସମ୍ପୂର୍ଣ୍ଣ ସହରକୁ ବ୍ଲାକ ଆଉଟ୍ କରାଯାଇଥିଲା। ଏହାସହିତ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଏସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ବି ହାଇଆଲର୍ଟରେ ରହିଛି। ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ଅପରେସନ ସ୍ୱାଭାବିକ ଥିବା ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ସେମିତି କିଛି ମାର୍ଗଦର୍ଶିକା ଆସିନଥିଲେ ବି ସୁରକ୍ଷା SOP ମାନି କାମ କରାଯାଉଥିବା ସେ କହିଛନ୍ତି।

Leave A Reply

Your email address will not be published.