ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ

0

ଭୁବନେଶ୍ବର: ଭାରତ-ପାକ୍‌ ଯୁଦ୍ଧ ସ୍ଥିତିକୁ ନଜରରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦର ସୁରକ୍ଷା ବୃଦ୍ଧି କରାଯାଇଛି। ଏହା ସହିତ ଭାରତ ପାକିସ୍ତାନ ସୀମାନ୍ତ ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ବି ହାଇଆଲର୍ଟରେ ରହିଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷାକର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।

ଶତ୍ରୁରାଷ୍ଟ୍ର ପାକିସ୍ତାନ ଦ୍ୱାରା ବିଭିନ୍ନ ବିମାନ ବନ୍ଦର ଗୁଡିକ ଉପରେ ଟାର୍ଗେଟ କରାଯାଉଛି। ଗତକାଲି ଜାମ୍ମୁର ବିମାନ ବନ୍ଦର ସମେତ ଏକାଧିକ ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ। ପରବର୍ତ୍ତୀ ସମୟରେ ଜାମ୍ମୁ ବିମାନ ବନ୍ଦରରେ ସାଇରନ୍ ବାଜିବା ସହିତ ସମ୍ପୂର୍ଣ୍ଣ ସହରକୁ ବ୍ଲାକ ଆଉଟ୍ କରାଯାଇଥିଲା। ଏହାସହିତ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଏସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ବି ହାଇଆଲର୍ଟରେ ରହିଛି। ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ଅପରେସନ ସ୍ୱାଭାବିକ ଥିବା ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ସେମିତି କିଛି ମାର୍ଗଦର୍ଶିକା ଆସିନଥିଲେ ବି ସୁରକ୍ଷା SOP ମାନି କାମ କରାଯାଉଥିବା ସେ କହିଛନ୍ତି।

Leave A Reply

Your email address will not be published.