ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

0

ନୂଆଦିଲ୍ଲୀ; ଭାରତର ୫ଟି ରାଫେଲ ବିମାନ ଖସାଇ ଦେଇଥିବା ମିଛ ପ୍ରଚାର କରୁଥିବା ପାକିସ୍ତାନର ଏବେ ଜାତୀୟ ଗଣମାଧ୍ୟମରେ ପର୍ଦ୍ଦାଫାସ ହୋଇଯାଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବୟାନ ମାଧ୍ୟମରେ ଶାହବାଜ ସରିଫ ସରକାରଙ୍କ ମିଛ ସାରା ବିଶ୍ୱ ସମ୍ମୁଖରେ ଆସିଯାଇଛି।

ତେବେ ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ ଜାରି ହୋଇଥିବା ୨୪ଟି ମିସାଇଲ ମଧ୍ୟରୁ ପାକିସ୍ତାନ କାଳେ ୫ଟିକୁ ନାକାମ୍ କରୁଥିବା ନେଇ ଦାବି କରିଆସୁଛି। ଯାହାକୁ ନେଇ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କୁ ରାଫେଲ ଗୁଳି କରି ଖସାଇ ଦେବାର ପ୍ରମାଣ ପଚରାଗଲା, ସେ କହିଲେ ଯେ ଏହା ସବୁ ସୋସିଆଲ ମିଡିଆରେ ଅଛି। କୌଣସି ଠୋସ ପ୍ରମାଣ ନଦେଇ ଗୋଟେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏପରି ଦାୟିତ୍ୱହୀନ ଉତ୍ତର ରଖିବା ସାମ୍ବାଦିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।

ତେବେ ୬-୭ ମଇ ମଧ୍ୟବର୍ତ୍ତୀ ରାତିରେ, ଭାରତ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା ଯେଉଁଠାରେ ଆତଙ୍କବାଦୀ ଶିବିର ଥିଲା। ଅପରେସନ ସିନ୍ଦୂର ଅଧୀନରେ ଭାରତ ଆତଙ୍କବାଦୀ ଆଡ୍ଡା ଉପରେ ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଭାରତର ଏହି ଆକ୍ରମଣରେ ପାକିସ୍ତାନ ନିଶ୍ୱାସ ହରାଇ ବସିଛି ଏବଂ ଏବେ ନିଜର ପରାଜୟ ଲୁଚାଇବା ପାଇଁ, ଶାହବାଜ ସରିଫ ସରକାର ଏହି ମିଛ ପ୍ରଚାର କରୁଛି ଯେ ପାକିସ୍ତାନ ବାୟୁସେନା ଭାରତର ୫ଟି ରାଫେଲ ବିମାନକୁ ଖସାଇ ଦେଇଛି। ଆଉ ଗଣମାଧ୍ୟମରେ ତାଙ୍କର ମିଛ ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.