ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ

0

ନୂଆଦିଲ୍ଲୀ:ଜଷ୍ଟିସ ବି.ଆର. ଗଭାଇ ସୁପ୍ରିମକୋର୍ଟର ୫୨ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ତାଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟର ବିଚାରପତିମାନଙ୍କ ବ୍ୟତୀତ, ଜଷ୍ଟିସ ଗଭାଇଙ୍କ ମାଆ ଏବଂ ପରିବାର ସଦସ୍ୟମାନେ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ। ଶପଥ ନେବା ପରେ ସେ ସମସ୍ତଙ୍କ ସହ ହାତ ମିଳାଇବା ସହିତ ପାଦଛୁଇଁ ମାଆଙ୍କ ଆଶୀର୍ବାଦ ବି ନେଇଥିଲେ।

୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ ହୋଇଥିଲା। ସେ ଏକ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ପିତା ରାମକୃଷ୍ଣ ଗଭାଇ ଏମଏଲସି, ଲୋକ ସଭା ଏମପି ଏବଂ ୩ ଟି ରାଜ୍ୟର ରାଜ୍ୟପାଳ ଥିଲେ। ସେ ୧୬ ମାର୍ଚ୍ଚ ୧୯୮୫ ମସିହାରେ ଓକିଲାତି କରିବା ଆରମ୍ଭ କରିଥିଲେ। ବି.ଆର. ଗଭାଇ ୨୦୦୩ ମସିହାରେ ବମ୍ବେ ହାଇକୋର୍ଟର ବିଚାରପତି ହୋଇଥିଲେ। ୨୪ ମଇ ୨୦୧୯ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ମୁଖ୍ୟ ବିଚାରପତି ଭାବରେ ଗଭାଇଙ୍କ କାର୍ଯ୍ୟକାଳ ପ୍ରାୟ ୬ ମାସ ହେବ। ସେ ଚଳିତ ବର୍ଷ ନଭେମ୍ବର ୨୩ରେ ଅବସର ନେବେ।

Leave A Reply

Your email address will not be published.