ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଡିଭାଇଡରରେ ପିଟି ହୋଇ ଓଲଟିଲା ବୋଲେରୋ

0

ଧାମରା: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମୁଝାଡ଼ି ଧାମରା ରାସ୍ତାର ବେତଡ଼ା ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ରାସ୍ତାକଡ଼ ନୟନଜୋରୀକୁ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୩ ଛୋଟ ପିଲାଙ୍କ ସମେତ ୧୨ ଜଣ ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକ ଓ ବାସୁଦେବପୁର ପୋଲିସ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତରମାନଙ୍କୁ ଚିକିତ୍ସା ପାଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତିମାନେ ଚୂଡ଼ାମଣି ସାମୁଦ୍ରିକ ଥାନା ଅଧୀନ ହାଟ ସାହିର ବୋଲି ସୂଚନା ମିଳିଛି, କେନ୍ଦ୍ରାପଡ଼ା ଜିଲା ଓଳାବର ଅଞ୍ଚଳରେ ଏକ ଚତୁର୍ଥୀ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।

Leave A Reply

Your email address will not be published.