ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଯାଜପୁରରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ

0

ଯାଜପୁର; ଯାଜପୁରରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଯାଜପୁର ଜିଲ୍ଲାରେ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ ଟାଟା । ଏ ନେଇ ସୂଚନା ଦେଇଛନ୍ତି, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଚଳିତ ମାସ ୨୨ ତାରିଖରେ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ସମୁଦାୟ ୧ ଲକ୍ଷ ୧୪ ହଜାର ୮ ଶହ କୋଟି ଟଙ୍କା ମୂଲ୍ୟର ୧୬ଟି ଭିନ୍ନ ଭିନ୍ନ ଶିଳ୍ପ ପ୍ରକଳ୍ପଗୁଡିକର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ଯାଜପୁର ଜିଲ୍ଲାରେ ୧୨ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ୱାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି। କେବଳ ଏମଓୟୁ ନ କରି କାର୍ଯ୍ୟ ଜାରି ରଖିଛନ୍ତି ଆମ ସରକାର। ଜଗତସିଂହପୁରରେ ପୋସ୍କୋ ସ୍ଥାନରେ ଜେଏସଡବ୍ଲୁ ପ୍ଲାଣ୍ଟ କରୁଛି, କାମ ଆରମ୍ଭ ହେଲାଣି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

Leave A Reply

Your email address will not be published.