ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଯାଜପୁରରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ

0

ଯାଜପୁର; ଯାଜପୁରରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଯାଜପୁର ଜିଲ୍ଲାରେ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ ଟାଟା । ଏ ନେଇ ସୂଚନା ଦେଇଛନ୍ତି, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଚଳିତ ମାସ ୨୨ ତାରିଖରେ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ସମୁଦାୟ ୧ ଲକ୍ଷ ୧୪ ହଜାର ୮ ଶହ କୋଟି ଟଙ୍କା ମୂଲ୍ୟର ୧୬ଟି ଭିନ୍ନ ଭିନ୍ନ ଶିଳ୍ପ ପ୍ରକଳ୍ପଗୁଡିକର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ଯାଜପୁର ଜିଲ୍ଲାରେ ୧୨ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ୱାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି। କେବଳ ଏମଓୟୁ ନ କରି କାର୍ଯ୍ୟ ଜାରି ରଖିଛନ୍ତି ଆମ ସରକାର। ଜଗତସିଂହପୁରରେ ପୋସ୍କୋ ସ୍ଥାନରେ ଜେଏସଡବ୍ଲୁ ପ୍ଲାଣ୍ଟ କରୁଛି, କାମ ଆରମ୍ଭ ହେଲାଣି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

Leave A Reply

Your email address will not be published.