ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ରଥଯାତ୍ରାରେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରକୁ ଆର୍ଥିକ ସହାୟତା ଦେବେ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ରଥ ନିର୍ମାଣ ଏବଂ ରଥଯାତ୍ରା ପାଇଁ ଦିଆଯିବ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରକୁ ଏହି ଆର୍ଥିକ ସହାୟତା ମିଳିବ। ଏହି ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଶୁକ୍ରବାର ସୂଚନା ଦେଇଛନ୍ତି। ଏନେଇ ଅନେକ ଆବେଦନ ଆସିଛି, ଯେଉଁମାନେ କରିନାହାନ୍ତି ବିଚାର ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ୨୦୨୫ ରଥଯାତ୍ରା ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇସାରିଛି। ଜୁନ ୧୧ ତାରିଖ ମହାପ୍ରଭୁଙ୍କ ଦେବସ୍ନାନ ପାଇଁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଜୁନ ୨୬ ତାରିଖରେ ମହାବାହୁଙ୍କ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ରହିଛି। ଜୁନ ୨୭ରେ ରଥଯାତ୍ରା ଏବଂ ଜୁଲାଇ ୫ରେ ବାହୁଡ଼ା ଯାତ୍ରା ଏବଂ ୬ରେ ସୁନାବେଶ, ୭ରେ ଅଧରପଣା ଏବଂ ୮ ତାରିଖରେ ନିଳାଦ୍ରି ବିଜେ କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.