ପ୍ରମୁଖ ଖବର

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ

ରଥଯାତ୍ରାରେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରକୁ ଆର୍ଥିକ ସହାୟତା ଦେବେ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ରଥ ନିର୍ମାଣ ଏବଂ ରଥଯାତ୍ରା ପାଇଁ ଦିଆଯିବ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରକୁ ଏହି ଆର୍ଥିକ ସହାୟତା ମିଳିବ। ଏହି ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଶୁକ୍ରବାର ସୂଚନା ଦେଇଛନ୍ତି। ଏନେଇ ଅନେକ ଆବେଦନ ଆସିଛି, ଯେଉଁମାନେ କରିନାହାନ୍ତି ବିଚାର ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ୨୦୨୫ ରଥଯାତ୍ରା ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇସାରିଛି। ଜୁନ ୧୧ ତାରିଖ ମହାପ୍ରଭୁଙ୍କ ଦେବସ୍ନାନ ପାଇଁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଜୁନ ୨୬ ତାରିଖରେ ମହାବାହୁଙ୍କ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ରହିଛି। ଜୁନ ୨୭ରେ ରଥଯାତ୍ରା ଏବଂ ଜୁଲାଇ ୫ରେ ବାହୁଡ଼ା ଯାତ୍ରା ଏବଂ ୬ରେ ସୁନାବେଶ, ୭ରେ ଅଧରପଣା ଏବଂ ୮ ତାରିଖରେ ନିଳାଦ୍ରି ବିଜେ କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.