ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

0

ଭୁବନେଶ୍ୱର: ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ୧୮ ଜଣ ବରିଷ୍ଠ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର। ପିନାକ ମିଶ୍ର ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ନିଯୁକ୍ତ ହୋଇଥିବା ବେଳେ ସ୍ମିତ ପରମାରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଦାୟିତ୍ବ ଦିଆଯାଇଛି। ସନ୍ତୋଷ ବାଲାଙ୍କୁ SFSL ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ରାଜ ପ୍ରସାଦଙ୍କୁ ସ୍ପେସାଲ ବ୍ରାଞ୍ଚ ଏସପି ଭାବେ ନିଯୁକ୍ତ କରାଯାଇଛି। ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଂ ଭାବେ ନୂତନ ଦାୟିତ୍ବ ମିଳିଛି। ସେହିପରି ଗଜଭିଏ ସତୀଶ କୁମାର ହୋଇଛନ୍ତି ସ୍ପେଶାଲ ଆର୍ମଡ୍‌ ପୋଲିସ IG ତ ସଞ୍ଜୟ କୁମାର କୌଶଲଙ୍କୁ EOW ଆଇଜି ଦାୟିତ୍ବ ଦିଆଯାଇଛି।

ପୁରୀ ଏସପି ଭାବେ ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ଦାୟିତ୍ବ ମିଳିଛି। ଚଳିତ ବର୍ଷ ରଥଯାତ୍ରା ସମୟରେ କିଛି ବିଭ୍ରାଟକୁ ନେଇ ପୁରୀ ଏସପି ଭାବେ ପିନାକ ମିଶ୍ରଙ୍କୁ ହଠାତ୍ ଦାୟିତ୍ବ ଦିଆଯାଇଥିଲା। ହେଲେ ତାଙ୍କ ସ୍ଥାନରେ ଆଜି ପ୍ରତୀକ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି କଟକ ଗ୍ରାମାଞ୍ଚଳ ଏସପି ଭାବେ ଦାୟିତ୍ବ ତୁଲାଉଥିବା ପ୍ରତୀକ ସିଂହ ବର୍ତ୍ତମାନ ପୁରୀ ଏସପି ଭାବେ ଦାୟିତ୍ବ ଗ୍ରହଣ କରିବେ।

Leave A Reply

Your email address will not be published.