ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ

0

ନୂଆଦିଲ୍ଲୀ: ବୁଲା କୁକୁର ମାମଲାରେ ଶୁକ୍ରବାର ଆସିଲା ସୁପ୍ରିମଙ୍କ ବଡ ରାୟ। ଏଣିକି ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲଗାଯିବ ରୋକ୍‌। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ। ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟର୍‌ରେ ରଖାଯିବ। ସାରା ଦେଶରେ ଲାଗୁ ହେବ ଗୋଟିଏ ନିୟମ। ଏନେଇ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ। କୁକୁରଙ୍କୁ ପ୍ରଥମେ ବନ୍ଧ୍ୟାକରଣ କରାଯାଇ ପରେ ମୁକ୍ତ ଭାବରେ ଛଡାଯିବା ଉଚିତ୍‌। ଆଶ୍ରୟ ଘରେ ଥିବା କୁକୁରଙ୍କୁ ଇଞ୍ଜେକ୍‌ସନ୍‌ ଦେବା ପରେ ସେମାନଙ୍କୁ ମଧ୍ୟ ଛଡାଯିବ। କୁକୁରଙ୍କୁ ଉଦ୍ଧାରକାରୀ ଟିମ୍‌ଙ୍କ କାର୍ଯ୍ୟରେ ବାଧା ଦେଲେ କିମ୍ବା ଅଟକାଇଲେ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୌରସଂସ୍ଥାଗୁଡ଼ିକୁ ମ୍ୟୁନିସିପାଲ ଓ୍ୱାର୍ଡରେ ନିର୍ଦ୍ଦିଷ୍ଟ ଖାଦ୍ୟ ସ୍ଥାନ ତିଆରି କରିବାକୁ ନିର୍ଦ୍ଦେଶ। ଜନସାଧାରଣ ସ୍ଥାନରେ ଖାଦ୍ୟ ଦେବା ନିଷେଧ, ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଆଦେଶ ଦିଲ୍ଲୀ-ଏନସିଆର ସୀମିତ ନୁହେଁ, ସମଗ୍ର ଭାରତରେ ଲାଗୁ ହେବ। ସମସ୍ତ ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରାଯାଇଛି।

ପଶୁପ୍ରେମୀମାନେ କୁକୁରଙ୍କୁ ପୋଷ୍ୟ ଭାବେ ନେବା ପାଇଁ ଆବେଦନ କରିପାରିବେ, କିନ୍ତୁ ସେମାନେ କୁକୁରଙ୍କୁ ରାସ୍ତାକୁ ଫେରାଇବେ ନାହିଁ।
ଅଗଷ୍ଟ ୮ ଆଦେଶକୁ ସଂଶୋଧନ କରି କୁକୁରଙ୍କୁ ଟିକାକରଣ ଓ ଡିୱର୍ମିଂ ପରେ ସେହି ଅଞ୍ଚଳରେ ଛାଡ଼ିବାକୁ ନିର୍ଦ୍ଦେଶ। ରେବିଜ୍ ରୋଗୀ ବା ଆକ୍ରମଣାତ୍ମକ କୁକୁରଙ୍କୁ ପୃଥକ ଆଶ୍ରୟସ୍ଥଳୀରେ ରଖାଯିବ। କୌଣସି ବ୍ୟକ୍ତି ବା ସଂଗଠନ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେଇପାରିବେ ନାହିଁ। ଅଗଷ୍ଟ ୮ ଆଦେଶକୁ ଚ୍ୟାଲେଞ୍ଜ କରିଥିବା ବ୍ୟକ୍ତି ଓ ଏନଜିଓମାନଙ୍କୁ ଯଥାକ୍ରମେ ୨୫,୦୦୦ ଟଙ୍କା ଓ ୨ ଲକ୍ଷ ଟଙ୍କା ରେଜିଷ୍ଟ୍ରାରଙ୍କ ନିକଟରେ ଜମା ଦେବାକୁ ନିର୍ଦ୍ଦେଶ।

Leave A Reply

Your email address will not be published.