ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜେଇଇ ଆଡଭାନ୍ସଡ-୨୦୨୫; ହଂସ ଦାରୁକା ଓଡ଼ିଶା ଟପ୍ପର

0

ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷାଫଳ। ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥିରେ ଆଇଆଇଟି ଦିଲ୍ଲୀ ଜୋନର ରଜିତ୍ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଙ୍କ ୧ରେ ରହିଛନ୍ତି।

ସେହିପରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ହଂସ ଦାରୁକା ଓ ନବନିତ। ଓଡ଼ିଶା ଟପ୍ପର ହୋଇଛନ୍ତି ହଂସ ଦାରୁକା। ସେ ଅଲ୍ ଇଣ୍ଡିଆ ରାଙ୍କ ୩୯ ମାର୍କ ରଖି ସେ ଟପ୍ପର ହୋଇଛନ୍ତି। ସେହିଭଳି ନବନିତ ଅଲ୍ ଇଣ୍ଡିଆ ରାଙ୍କ ୯୭ ରଖି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଜେଇଇ ଆଡଭାନ୍ସଡ-୨୦୨୫ର ଶ୍ରେଷ୍ଠ ୧୫ ତାଲିକାରେ ଏଥର କେବଳ ଛାତ୍ରମାନେ ରହିଛନ୍ତି। ଛାତ୍ରଛାତ୍ରୀମାନେ jeeadv.ac.in ଓ୍ବେବସାଇଟ୍‌କୁ ଯାଇ ନିଜର ଫଳାଫଳ ଜାଣିପାରିବେ।

ସୂଚନା ଅନୁସାରେ, ଗତ ମେ ୧୮ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୪ ହଜାର ୩୭୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୯ ହଜାର ୪୦୪ ଛାତ୍ରୀ ରହିଛନ୍ତି।

Leave A Reply

Your email address will not be published.