ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଶୌଚାଳୟ ଟାଙ୍କି ସଫା ବେଳେ ଶ୍ଵାସରୁଦ୍ଧ ହୋଇ ୪ ଶ୍ରମିକ ମୃତ

0

ନବରଙ୍ଗପୁର: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲାଲୁ ରଣା, ତ୍ରିଲୋଚନ ଭରତ, ଏନ. ସନ୍ତୁ ଏବଂ ଅମିର ଖୁରା।

ସୂଚନା ଅନୁଯାୟୀ, ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ୪ଜଣ ଶ୍ରମିକ ଏକ ପାଇଖାନା ଟାଙ୍କି ସଫା କରୁଥିଲେ। କାମ ଚାଲିଥିବା ସମୟରେ ଅମ୍ଳଜାନ ଅଭାବରୁ ୪ ଶ୍ରମିକ ସେହିଠାରେ ଟଳି ପଡ଼ିଥିଲେ। ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.